ଦେଢ କୋଟିର ଗଞ୍ଜେଇ ସହ ମୋଷ୍ଟ ୱାଣ୍ଟେଡ ଗଞ୍ଜେଇ ମାଫିଆ ଗିରଫ, ନାଁରେ ଅଛି ମାଳମାଳ ଅପରାଧିକ ମାମଲା
ଗଞ୍ଜେଇ ମାଫିଆ ଲଳିତ ଭୂଜବଳ ଗିରଫ । ଜବତ ହେଲା ଦେଢ କୋଟି ଟଙ୍କାର ଗଞ୍ଜେଇ ।
ଭୁବନେଶ୍ବର: ଗଞ୍ଜେଇ ମାଫିଆ ଲଳିତ ଭୂଜବଳ ଗିରଫ । ଜବତ ହେଲା ଦେଢ କୋଟି ଟଙ୍କାର ଗଞ୍ଜେଇ । ଲଳିତ ନାଁରେ ଓଡ଼ିଶାରେ ରହିଛି ମାଳମାଳ ଅପରାଧିକ ମାମଲା । କେବଳ ପାରାଦୀପରେ ରହିଛି 17ଟି ମାମଲା ।
ଏସଟିଏଫ୍ ପାଇଁ ଲଳିତ ଥିଲା ମୋଷ୍ଟ ୱାଣ୍ଟେଡ୍ । ଡିଲ ବେଳେ ଗିରଫ ହେଲା ଗଞ୍ଜେଇ ମାଫିଆ ଲଳିତ । ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଥିବା ରହିଛି ଅଭିଯୋଗ ।