fbpx

ଅନଲାଇନରେ ଗଞ୍ଜେଇ ଚୋରାଚାଲାଣ, ଆମାଜନ ବିରୋଧରେ ମାମଲା ରୁଜୁ

ଭୋପାଳ : ଆପଣମାନେ ଗଞ୍ଜେଇ ଚୋରା ଚାଲାଣର ଅନେକ ତରିକା ଏବଂ ପନ୍ଥା ଦେଖିଥିବେ। ହେଲେ ଅନଲାଇନରେ ଗଞ୍ଜେଇ ଚୋରାଚାଲାଣ ମାମଲା ସାମ୍ନାକୁ ଆସିଛି। ସେ ପୁଣି ଅଭିଯୋଗ ଆସିଛି ଇ-କମର୍ସ କମ୍ପାନୀ ଆମାଜନ ବିରୋଧରେ। ପୋଲିସ କମ୍ପାନୀକୁ ଏହି ଘଟଣାରେ ଅନେକ ପ୍ରଶ୍ନ କରିଥିଲା। ମାତ୍ର ସନ୍ତୋଷଜନକ ଉତ୍ତର ନମିଳିବାରୁ ପୋଲିସ ଆମାଜନକୁ ଘଟଣାରେ ଅଭିଯୁକ୍ତ କରିଛି। ଭିଣ୍ଡ ପୋଲିସ ଏହି ସମ୍ବନ୍ଧରେ ପ୍ରେସ ବିଜ୍ଞପ୍ତି ଜାରି କରିଛି।

ସାତ ଦିନ ପୂର୍ବେ ଭିଣ୍ଡ ଜିଲ୍ଲାର ଗୋହଦରେ ଗଞ୍ଜେଇ ଚୋରାଚାଲାଣ ସାମ୍ନାକୁ ଆସିଥିଲା। ଘଟଣାରେ ୨୧ ଗଞ୍ଜେଇ ସହ ଅଭିଯୂକ୍ତ ସୁରଜ ପଭେୟା ଏବଂ ଢାବା ସଞ୍ଚାଳକ ବିଜେନ୍ଦ୍ର ତୋମାରକୁ ପୋଲିସ ଗିରଫ କରିଥିଲା। ଅନ୍ୟ ଜଣେ ଅଭିଯୁକ୍ତ ମୁକୁଲ ଜୟସଓ୍ଵାଲ ଏବଂ ଗଞ୍ଜେଇ କିଣୁଥିବା ଚିତ୍ରା ବାଲ୍ମିକୀଙ୍କୁ ମଧ୍ୟ ପୋଲିସ ହେପାଜତରେ ନେଇଥିଲା। ମାମଲାରେ ଭିଣ୍ଡ ପୋଲିସ ଇ-କମର୍ସ ଏଏସଏସଏଲ ଆମାଜନକୁ ଅନେକ ପ୍ରଶ୍ନ କରିଥିଲା। ନଭେମ୍ବର ୧୩ରେ ଗୋହଦ ଥାନା ପୋଲିସ ଏବଂ ସାଇବର ସେଲ୍ ଟିମ୍ ଏନଡିପିଏସ ଆକ୍ଟ ଆଧାରରେ ମାମଲା ରୁଜୁ କରିଥିଲା।

ଅଭିଯୁକ୍ତମାନେ ଇ-କମର୍ସ କମ୍ପାନୀ ଆମାଜନ ଜରିଆରେ ଗଞ୍ଜେଇ ଚାଲାଣ କରୁଥିବା କଥା ସ୍ଵୀକାର କରିଛନ୍ତି। ଏହାର ନେଣଦେଣର ପ୍ରମାଣ ମଧ୍ୟ ମିଳିଛି। ଏହି ସଂପର୍କରେ ଆମାଜନକୁ ପ୍ରଶ୍ନ କରାଯିବା ସହ ତଥ୍ୟ ମଗାଯାଇଥିଲା। କମ୍ପାନୀ ଦ୍ଵାରା ଦିଆଯାଇଥିବା ତଥ୍ୟରୁ ଜଣା ପଡିଛି ଯେ, ସୁରଜ ରଭେୟା ଓ ମୁକୁଲ ଜୟସଓ୍ଵାଲ ବାବୁ ଟ୍ୟାକ୍ସ ନାମକ ଏକ ନକଲି କମ୍ପାନୀ ପ୍ରସ୍ତୁତ କରି ଆମାଜନ କମ୍ପାନୀର ସେଲର ଭାବେ ନିଜକୁ ପଞ୍ଜୀକରଣ କରିଥିଲେ। ନିଶ୍ଚିତ ଗ୍ରାହକଙ୍କୁକ ନିର୍ଦ୍ଧାରିତ ସ୍ଥାନରେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ ଗଞ୍ଜେଇ ଯୋଗାଣ କରୁଥିଲେ। ହେଲେ ତଦନ୍ତରେ ଏଏସଏସଏଲ ଆମାଜନ ଦେଇଥିବା ଉତ୍ତର ଏବଂ ଯାଞ୍ଚରୁ ମିଳିଥିବା ତଥ୍ୟରେ ମେଳ ଖାଉନଥିବା ଜଣା ପଡିଛି।

Get real time updates directly on you device, subscribe now.