fbpx

ମାଲକାନଗିରିରୁ ୮0 ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ, ୪ ଗିରଫ ।

ମାଲକାନଗିରି, 13/3 :ମାଲକାନଗିରି ଜିଲ୍ଲା ମାଥିଲି ପୋଲିସ ୪ଜଣ ଗଞ୍ଜେଇ ଚୋରା ଚାଲାଣକାରୀ ସହ ୮୭୯ କିଲୋ ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଛି ।
ମାଥିଲି ଥାନାର କର୍ମଚାରୀ ଶିବ ପ୍ରସାଦ ଭଦ୍ରା ଓ ତାଙ୍କ ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ ଗୋବିନ୍ଦପାଲ୍ଲୀ ଚେକ୍ ପୋଷ୍ଟ ଠାରେ ୨ଟି ବୋଲେରୋ ପିକଅପକୁ ଅଟକାଇ ଥିଲେ । ଯାଞ୍ଚ କରିବା ସମୟରେ ସେଥିରେ ଗଞ୍ଜେଇ ବୋଝେଇ ବସ୍ତା ଥିବା ଜଣାପଡ଼ିଥିଲା । ପୁଲିସ କହିବାନୁଯାୟୀ ଗଞ୍ଜେଇ ବୋଝେଇ ଗାଡି ସହ ଚୋରାଚାଲାଣରେ ସମ୍ପୃକ୍ତ ୪ ଜଣକୁ ଗିରଫ କରାଯାଇଛି ।ସେମାନଙ୍କ ନିକଟରୁ ୮୭୯ କେଜି ଗଞ୍ଜେଇ ସହ ନଗଦ ୩୦୦୦ଟଙ୍କା, ୩ଟି ମୋବାଇଲ ଓ ଗୋଟିଏ ମଟର ସାଇକେଲ ପୁଲିସ ଜବତ କରିଛି । ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି  ଜଣାପଡିଛି । ଥାନାରେ ଏକ କେଶ ରୁଜୁ କରାଯାଇ ଗିରଫ ୪ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି ।

Get real time updates directly on you device, subscribe now.