ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆଜିଠୁ ରସୁଣ କେହି ଖାଇବେନି । କାର୍ତ୍ତିକ ମାସ ପାଇଁ ନୁହେଁ ବରଂ ତାର ଉଚ ଦର ପାଇଁ । ଦେଖିବାରୁ ଗଲେ ସମସ୍ତଙ୍କୁ କନ୍ଦାଇଲାଣି ରସୁଣ । ଖାଉଟିଙ୍କୁ କଲବଲ କରୁଛି ରସୁଣ । ଆଉ ହାତ ମାରି ହେଉନି । ବଢି ଚାଲିଛି ହୁ ହୁ ରେଟ୍ । ସବୁ ପରିବାଠୁ ଅଧିକ ଦର ରହିଛି ରସୁଣର । ହଁ ଆଜ୍ଞା ବର୍ତ୍ତମାନ ରସୁଣ ଦାମ ପୁଣି ଲୋକଙ୍କୁ କଷ୍ଟ ଦେଇଛି । ୧୫ ଦିନରେ ଭିତରେ ରସୁଣ ଦର ଆକାଶ ଛୁଆଁ ।
କେତେବେଳେ ପିଆଜ ତ କେତେ ବେଳେ ରସୁଣ ଏଭଳି ଖାଉଟିଙ୍କୁ କନ୍ଦାଇ ଚାଲିଛି । ଏ ରସୁଣ ଦର ଯାହା ହେଲାଣି ଖାଉଟି ୧୦୦ଗ୍ରାମ କିଣିବା ବେଳେ ବି ଅନେକ ଥର ଚିନ୍ତା କରୁଛନ୍ତି । ଆଉ ରସୁଣ କେହି ଖାଇ ବେନି ବୋଲି କହିଲେଣି ଗ୍ରାହକ । କିଲୋ ପିଛା ୪୦-୫୦ରୁ ୫୦୦ ଟଙ୍କା ହେଲାଣି । ବଜାରରେ ରସୁଣ ପ୍ରାୟ ଗାଏବ୍ ହେବା ସ୍ଥିତିରେ । ଯାହା କିଛି ରସୁଣ ମିଳୁଛି ସେଥିରେ ହାତ ମାରି ହେଉନି ।
ଦାମ ଶୁଣି ଲୋକ କିଣିବାକୁ ଯିବାକୁ ଡ଼ରୁଛନ୍ତି । ଏବେ କିଲୋ ପିଛା ୪୦୦ରୁ ୫୦୦ଟଙ୍କାରେ ରେ ବିକ୍ରି ହେଉଛି ରସୁଣ । ଚିକେନ୍ ପ୍ରାଇସ ଠାରୁ ବି ଅଧିକ ରେଟ୍ ରହିଛି । ଖାଉଟି ଏବେ ଛାନିଆ । ଯଦି ଯୋଗାଣ ବିଭାଗ ଏନେଇ ଧ୍ୟାନ ନ ଦେବ ତେବେ ତାହା ଆଳୁ ଭଳି ସ୍ଥିତି ଆଣି ପାରେ ।