fbpx

ରସୁଣ ବଦଳାଇବ ଭାଗ୍ୟ : ଆର୍ଥିକ ସମସ୍ୟା କରିବ ଦୂର

ଭୁବନେଶ୍ୱର : ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଘରର ରୋଷେଇ ଘରେ ବ୍ୟବହାର ହେଉଥିବା ପ୍ରତ୍ୟେକ ଜିନିଷ ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣ କରିବା ସହ ଭାଗ୍ୟରେ ମଧ୍ୟ ପରିବର୍ତ୍ତନ ଆଣିଥାଏ। ଏହା ସହିତ ଧନୀ ମଧ୍ୟ କରାଇଥାଏ। ଶାସ୍ତ୍ରରେ ପ୍ରତ୍ୟେକ ଜିନିଷର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ସେଭଳି ରସୁଣ ଖାଦ୍ୟ ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଉଥିବା ଜିନିଷ ମଧ୍ୟରୁ ଗୋଟିଏ। ଏହା ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆଣିଥାଏ।

ଆସନ୍ତୁ ଜାଣନ୍ତୁ ଜାଣିବା କ’ଣ ରହିଛି ଫାଇଦା ..

ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ ଅଯଥାରେ ଟଙ୍କା ଖର୍ଚ୍ଚ ଲାଗି ରହୁଥିଲେ, ଧନର ଅଭାବ ହେଉଥିଲେ, ଶନିବାର ଦିନ ନିଜ ପାଖରେ ଏକ ରସୁଣ ରଖନ୍ତୁ। ବାହାରକୁ ଗଲେ ରସୁଣକୁ ନିଜ ନିକଟରେ ରଖନ୍ତୁ। ଏହାଦ୍ୱାରା ଆର୍ଥିକ କ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇଥାଏ।

ଲଗାତାର ବ୍ୟବସାୟରେ ବାଧା ସୃଷ୍ଟି ହେଉଥିଲେ, ୫ ରୁ ୭ଟି ରସୁଣ ପାଖୁଡା ଏକ ଲାଲ କପଡାରେ ବାନ୍ଧି ଦୋକାନ କିମ୍ବା କାର୍ଯ୍ୟସ୍ଥଳରେ ରଖନ୍ତୁ। ଏପରି କରିବା ଦ୍ୱାରା ଅନେକ ଲାଭ ମିଳିଥାଏ।

ଘରେ ସୁଖଶାନ୍ତି ଓ ସମୃଦ୍ଧି ପାଇଁ ଏବଂ କଳହ ଦୂରେଇବା ପାଇଁ ମଙ୍ଗଳବାର ଓ ଶନିବାର ଦିନ ଘରର ଛାତରେ କିଛି ରସୁଣ ରଖନ୍ତୁ। ଏହାଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ।

Get real time updates directly on you device, subscribe now.