ସ୍କୁଲରେ ବଡ଼ ଅଘଟଣ! ମଧ୍ୟାହ୍ନଭୋଜନ ରୋଷେଇ ବେଳେ ଗ୍ୟାସ୍ ସିଲିଣ୍ଡରରେ ଲାଗିଗଲା ନିଆଁ, ଆଉ ତାପରେ…

ହଠାତ୍ ହୁତୁହୁତୁ ହୋଇ ଜଳିଲା ଗ୍ୟାସ୍ ସିଲିଣ୍ଡର।

କାମାକ୍ଷାନଗର: ସ୍କୁଲରେ ଘଟିଥାନ୍ତା ବଡ଼ ଅଘଟଣ।  ହଠାତ୍ ହୁତୁହୁତୁ ହୋଇ ଜଳିଲା ଗ୍ୟାସ୍ ସିଲିଣ୍ଡର। ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ କରିବା ବେଳେ ସିଲିଣ୍ଡରରେ ଲାଗିଗଲା ନିଆଁ।

ହେଲେ ଭାଗ୍ୟ ଭଲ ସିଲିଣ୍ଡରରୁ ନିଆଁକୁ ଠିକ୍ ସମୟରେ ଆୟତ୍ତ କରାନିଆଯାଇଥିଲା।  ନହେଲେ ଏବେ ଘଟଣା ଅନ୍ୟ କିଛି ହୋଇଥାନ୍ତା। ଏପରିକି କିଛି ବଡ଼ ଅଘଟଣ ମଧ୍ୟ ଘଟିଯାଇପାରିଥାନ୍ତା।

ହେଲେ ସୌଭାଗ୍ୟ ବଶତଃ ସେପରି କିଛି ଘଟଣା ଘଟିନାହିଁ ଏବଂ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ସୁରକ୍ଷିତ ଅଛନ୍ତି।  ଏପରି ଏକ ଘଟଣା କାମାକ୍ଷାନଗର ନୂଆ ଭୁବନର ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି।