ବଜାରର ଏକ ଦୋକାନରେ ଫାଟିଲା ଗ୍ୟାସ ସିଲିଣ୍ଡର, ୮ ଜଣଙ୍କ ମୃତ୍ୟୁ, ୪ ଆହତ

ନୂଆଦିଲ୍ଲୀ: ରାଜସ୍ଥାନର ଏକ ବଡ଼ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମଦନ ମାର୍କେଟରେ ଏକ ଦୋକାନରେ ଗ୍ୟାସ ସିଲିଣ୍ଡର ଫାଟିବାରେ ଆଠ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ଚାରି ଜଣ ଆହତ ହୋଇଛନ୍ତି।

ଦୋକାନକୁ ଲାଗିଥିବା କୋଠାଘର ମଧ୍ୟ ଏଥିରେ କ୍ଷତି ଘଟିଛି। ଏସପି ବିଶାଲ କହଛନ୍ତି ଯେ, ଏହି ଘଟଣା ଏକ ଦୋକାନରେ ଘଟିଛି, ଯେଉଁଠାରେ ସୁନା-ରୂପା ସହ ଜଡ଼ିତ କାମ ହେଉଥିଲା। ଏପର୍ଯ୍ୟନ୍ତ ଆଠ ଜଣ ଲୋକଙ୍କର ଏଥିରେ ମୃତ୍ୟୁ ଘଟିଛି।