ଦ୍ୱିତୀୟ ଥର ମା’ ହେଲେ ବିଗ୍ବସ୍ ବିଜେତା ଗୌହର ଖାନ୍, ତିନିରୁ ୪ ହେଲା ପରିବାର
ଶୁଭିଲା କୁଆଁ କୁଆଁ ଡ଼ାକ। ଘରକୁ ଆସିଲେ କୁନି ଅତିଥି।
ମୁମ୍ବାଇ: ପୁଣି ଘରେ ଶୁଭିଲା କୁଆଁ କୁଆଁ ଡ଼ାକ। ଘରକୁ ଆସିଲେ କୁନି ଅତିଥି। ୩ରୁ ପରିବାର ହେଲା ୪। ଦ୍ୱିତୀୟ ଥର ପାଇଁ ମା’ ହେଲେ ଅଭିନେତ୍ରୀ ଗୌହର ଖାନ୍। ଗୌହର ଖାନ୍, ଜୈଦ ଦରବାର ଏହି ଖୁସିଖବର ସେୟାର କରିଛନ୍ତି।
ଦ୍ୱିତୀୟ ଥର ପାଇଁ ଉଭୟ ମା’ ବାପା ହୋଇଛନ୍ତି। ବୁଧବାର ଅର୍ଥାତ ଆଜି ଏହି ଖୁସି ଖବର ଗୌହର ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।
ପ୍ରେଗନେଣ୍ଟ ଥିବା ସମୟରେ ଅଭିନେତ୍ରୀ ସୋସିଆଲ ମିଡିଆରେ ମଧ୍ୟ ସମସ୍ତ ଅପଡେଟ୍ ଦେଉଥିଲେ। ଏବେ ପୁଣି ଥରେ ତାଙ୍କ ଦ୍ୱିତୀୟ ମା’ ହେବା ଖୁସି ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି।
କପୁଲ ଏକ ସୁନ୍ଦର ମେସେଜ ସହ ଇନଷ୍ଟାଗ୍ରାମରେ ଏହି ପୋଷ୍ଟ ସେୟାର କରିଛନ୍ତି। ଲେଖିଛନ୍ତି ତାଙ୍କ ପୁଅ ଏବେ ଭାଇକୁ ପାଇ ବେଶ ଖୁସି ହେବ।
ଗୌହରଙ୍କ ଦ୍ୱିତୀୟ ସନ୍ତାନ ମଧ୍ୟ ପୁଅ ହୋଇଛି। ପ୍ରଥମେ ତାଙ୍କର ଏକ ପୁଅ ହୋଇଥିଲା। ଏବେ ପୁଣି ଥରେ ଗୌହର ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଯାହାର ଖୁସି ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
View this post on Instagram
ଗୌହର-ଜୈଦଙ୍କ ପୋଷ୍ଟ
ଗୌହର-ଜୈଦ ଇନଷ୍ଟାଗ୍ରାମରେ ଏଐକ ସୁନ୍ଦର ପୋଷ୍ଟ ସେୟାର କରି ଏହି ଖୁସି ଖବର ଫ୍ୟାନ୍ସଙ୍କୁ ଜଣାଇଛନ୍ତି। ଦୁଇ ସିଂହ-ସିଂହୀ ସହ ଦୁଇ ଛୁଆର ଫଟୋ ପୋଷ୍ଟ କରି ଦ୍ୱିତୀୟ ସନ୍ତାନର ଖୁସି ଜାହିର କରିଛନ୍ତି।
ଏହା ସହ ପୋଷ୍ଟରେ ବେବିର ଜନ୍ମର ତାରିଖ ମଧ୍ୟ ଲେଖାଯାଇଛି। ୧ ସେପ୍ଟେମ୍ବରରେ ବେବି ଜନ୍ମ ହୋଇଥିବା ପୋଷ୍ଟରେ ଉଲ୍ଲେଖ କରାଯାଇଛି।
ଫ୍ୟାମିଲି ବଡ଼ ହେବା କଥା ଲେଖିବା ସହ ପୋଷ୍ଟର ଶେଷରେ ସେ ଆଲ୍ଲାଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି।