ରାତିଆ ରାତି ଏତିକି କୋଟି ବଢିଗଲା ଗୌତମ ଅଦାନୀଙ୍କ ନେଟୱର୍ଥ, ମୁକେଶ ଅମ୍ବାନୀଙ୍କର ମଧ୍ୟ ଜବରଦସ୍ତ ବୃଦ୍ଧି ପାଇଲା ସଂପତ୍ତି
ଗୌତମ ଅଦାନୀ ଏବଂ ମୁକେଶ ଅମ୍ବାନୀଙ୍କର ବଢିଗଲା ସଂପତ୍ତି
ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ୧୯ ଦିନ ପରେ ବୁଧବାର ଦିନ ବୃଦ୍ଧି ପାଇଛି। ବିଏସଇ ସେନସେକ୍ସ ୭୪୦ ବଢି ୭୩ ହଜାର ୭୩୦ରେ କ୍ଲୋଜ ହୋଇଛି। ସେହିପରି ଏନଏସଇ ନିଫ୍ଟି ୨୫୪ ବଢି ୨୨ ହଜାର ୩୩୭ରେ ବନ୍ଦ ହୋଇଛି।
ବୁଧବାର ଦିନ ମେଟାଲ, ଅଟେ, ଆଇଟି, ଏଫଏସସିଜି, ମିଡିଆ, ସରକାରୀ ବ୍ୟାଙ୍କ, ରିୟଲ ଇଷ୍ଟେଟ ଏବଂ ଅଏଲ ଆଣ୍ଡ ଗ୍ୟାସ ସେକ୍ଟର ସେୟାରରେ ବୃଦ୍ଧି ଦେଖିବାକୁ ମିଳିଛି।
ନିଜ କମ୍ପାନୀର ସେୟାରରେ ବୃଦ୍ଧି ଅନୁଯାୟୀ, ଅଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଅଦାନୀ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ନେଟୱର୍ଥରେ ଜବରଦସ୍ତ ବୃଦ୍ଧି ଘଟିଛି।
୨୭,୮୦୦ କୋଟି ଟଙ୍କା ବଢିଗଲା ଗୌତମ ଅଦାନୀଙ୍କ ସଂପତ୍ତି: ଫୋବର୍ସ ବିଲିୟନେୟାର୍ସ ଇଣ୍ଡେକ୍ସ ଅନୁଯାୟୀ, ଗୌତମ ଅଦାନୀଙ୍କ ନେଟୱର୍ଥରେ ମାତ୍ର ଗୋଟିଏ ଦିନରେ ୩.୨ ଅରବ ଡଲାର ଅର୍ଥାତ ୨୭ ହଜାର ୮୦୦ କୋଟି ଟଙ୍କାର ବୃଦ୍ଧି ହୋଇଛି।
ଏଥିରେ ଗୌତମ ଅଦାନୀଙ୍କ ନେଟୱର୍ଥ ବଢି ୫୫.୪ ଅରବ ଡଲାର ହୋଇଯାଇଛି। ଗୌତମ ଅଦାନୀ ଏହି ସମୟରେ ଦୁନିଆର ସବୁଠୁ ଧନୀ ଲୋକଙ୍କ ତାଲିକାରେ ୨୭ତମ ସ୍ଥାନରେ ଅଛନ୍ତି।
ମୁକେଶ ଅମ୍ବାନୀଙ୍କର ନେଟୱର୍ଥରେଏତିକି କୋଟି ବୃଦ୍ଧି: ରିଲାଏନ୍ସ ଗ୍ରୁପର ମାଲିକ ମୁକେଶ ଅମ୍ବାନୀଙ୍କ ନେଟୱର୍ଥରେ ମଧ୍ୟ ଖୁବ ବୃଦ୍ଧି ଘଟିଛି। ଫୋବର୍ସ ବିଲିୟନେୟାର୍ସ ଇଣ୍ଡେକ୍ସ ମୁତାବକ, ମୁକେଶ ଅମ୍ବାନୀଙ୍କ ନେଟୱର୍ଥ ଗୋଟିଏ ଦିନରେ୧.୩ ବିଲିୟନ ଡଲାର ଅର୍ଥାତ ୧୧ ହଜାର ୨୦୦ କୋଟି ବଢିଯାଇଛି।
ଏଥିରେ ମୁକେଶ ଅମ୍ବାନୀଙ୍କ ସଂପତ୍ତି ବଢି ୮୭.୧ ବିଲିୟନ ଡଲାର ହୋଇଯାଇଛି। ମୁକେଶ ଅମ୍ବାନୀ ବର୍ତ୍ତମାନ ଦୁନିଆର ସବୁଠୁ ଧନୀ ଲୋକଙ୍କ ତାଲିକାରେ ୧୮ତମ ସ୍ଥାନରେ ଅଛନ୍ତି।