fbpx

ଦେଶର ସବୁଠୁ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନି, ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ସେୟାର ବଜାରରେ ହୋଇଥିବା ହ୍ରାସର ଫାଇଦା ଉଦ୍ୟୋଗପତି ଗୌତମ ଆଦାନିଙ୍କୁ ମିଳିଛି। ରିଲାୟନ୍ସର ଅଂଶଧନରେ ହ୍ରାସ କାରଣରୁ ମଙ୍ଗଳବାର ଆଦାନି ଆୟ ମାମଲାରେ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଛନ୍ତି। ଆଉ ହୋଇଛନ୍ତି ଦେଶର ସବୁଠୁ ଧନୀ ବ୍ୟକ୍ତି।

ଫୋବର୍ସର ରିୟଲ ଟାଇମ୍ ନେଟ୍ ଓ୍ଵର୍ଥ ତଥ୍ୟ ଅନୁଯାୟୀ, ଆଦାନିଙ୍କ ସଂମ୍ପତ୍ତିର ମୂଲ୍ୟ ବର୍ତ୍ତମାନ ୬.୭୨ ଲକ୍ଷ କୋଟି ଟଙ୍କା ରହିଛି। ଅନ୍ୟପଟେ ମୁକେଶ ଅମ୍ବାନୀଙ୍କ ସଂପତ୍ତିର ମୂଲ୍ୟ ୬.୭୧ ଲକ୍ଷ କୋଟି ଟଙ୍କା ରହିଛି। ଏହା ବ୍ୟତୀତ ବିଶ୍ଵସ୍ତରରେ ସବୁଠୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ଗୌତମ ଆଦାନି ୧୧ତମ ସ୍ଥାନରେ ପହଞ୍ଚିଛନ୍ତି। ତଥ୍ୟ ଅନୁଯାୟୀ, ୨୦୨୧ ଡିସେମ୍ବର ୩୧ରେ ଅଡାନୀଙ୍କ ସଂପତ୍ତି ୫.୮୨ ଲକ୍ଷ କୋଟି ଟଙ୍କା ଥିଲା। ଜାନୁଆରୀ ୧୮ରେ ଏହା ବୃଦ୍ଧି ଘଟି ୬.୯୫ ଲକ୍ଷ କୋଟିରେ ପହଞ୍ଚିଥିଲା। ଏହି ହିସାବରେ ୨୦୨୨ରେ ଅଡାନୀଙ୍କ ମୋଟ୍ ସଂପତ୍ତିରେ ପ୍ରତିଦିନ ୬୦୦୦ କୋଟି ଟଙ୍କା ବୃଦ୍ଧି ଘଟିଛି।

Get real time updates directly on you device, subscribe now.