fbpx
BSKY SKY
BSKY SKY

ଗୌତମ ଆଦାନୀ କିଣିଲେ ନ୍ୟୁଜ ଏଜେନ୍ସି ଆଇଏଏନଏସର ସର୍ବାଧିକ ଅଂଶଧନ, ଜାଣନ୍ତୁ ଏହାର ମୂଲ୍ୟ କେତେ

BSKY

ନୂଆଦିଲ୍ଲୀ: ବିଶିଷ୍ଠ ଶିଳ୍ପପତି ଗୌତମ ଆଦାନୀଙ୍କ ମାଲିକାନାରେ ଥିବା ଆଦାନୀ ମିଡିଆ ନେଟଓ୍ଵାର୍କ ଲିମିଟେଡ୍ (ଏଏମଏନଏଲ୍) ନ୍ୟୁଜ୍ ଏଜେନ୍ସି ଆଇଏଏନ୍ଏସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ସର୍ବାଧିକ ଅଂଶଧନ ଅଧିଗ୍ରହଣ କରିଛି। ମିଳିଥିବା ସୂଚନା ମୁତାବକ, ଏଏମଜି ମିଡ଼ିଆ ନେଟୱାର୍କ ଲିମିଟେଡ଼(ଏଏମଏନଏଲ) ଶନିବାର ଖବର ସରବରାହ ସଂସ୍ଥା ଆଇଏଏନଏସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର(ଆଇଏଏନଏସ)ର ୫୦.୫୦ ପ୍ରତିଶତ ଶେୟାର ଅଧିଗ୍ରହଣ କରିଛି। ଶୁକ୍ରବାର ଦିନ ବସିଥିବା ଆଇଏଏନଏସ ବୋର୍ଡ ବୈଠକରେ ଏହି ନିଷ୍ପତ୍ତିକୁ ଅନୁମୋଦନ ମିଳିଥିଲା।

ଏହି ଡିଲ୍ ଅନୁସାରେ ଡିସେମ୍ବର ୧୫ରେ ଆଦାନୀ ଗ୍ରୁପକୁ ଆଇଏଏନଏସର ଅଂଶଧନ ହସ୍ତାନ୍ତର ସଂପୂର୍ଣ୍ଣ ହୋଇଛି । ତେଣୁ ଏଏମଏନଏଲ୍ ବା ଆଦାନୀ ଗ୍ରୁପ ଏବେ ଆଇଏଏନଏସକୁ ନିୟନ୍ତ୍ରଣ କରିବ, ଯାହା ବର୍ତ୍ତମାନ ଆଦାନୀର ଏକ ଶାଖା କମ୍ପାନି ଭାବେ ପରିଗଣିତ ହେବ। ଏହି ଅଧିଗ୍ରହଣ ପରେ ଏଣିକି ଆଇଏଏନଏସ ବୋର୍ଡରେ ନିର୍ଦ୍ଦେଶକ ନିଯୁକ୍ତ କରିବାର ଅଧିକାର ଏଏମଏନଏଲ୍ ପାଖରେ ରହିବ। ଏହା ସହିତ ଆଇଏଏନଏସର ପରିଚାଳନା ଦାୟିତ୍ୱ ଏଏମଏନଏଲର ନିୟନ୍ତ୍ରଣରେ ରହିବ। ହେଲେ ସବୁଠାରୁ ବଡ଼ କଥା ଏହା ଯେ, ଏହି ଚୁକ୍ତି ମାତ୍ର ୫.୧୦ ଲକ୍ଷ ଟଙ୍କାରେ ହୋଇଥିବା ସୂଚନା ମିଳିଛି।

ଏଠାରେ କହି ରଖୁଛୁ ଯେ, ଗତ ବର୍ଷ ଆଦାନୀ ଗ୍ରୁପ “ଏନଡିଟିଭି” (କ୍ୱିଣ୍ଟିଲିୟନ ବିଜନେସ୍ ମିଡିଆ) ଅଧିଗ୍ରହଣ କରି ମିଡିଆ ବ୍ୟବସାୟରେ ପ୍ରବେଶ କରିଥିଲା। ଏହି ଡିଲ୍ ଡିସେମ୍ବର ୩୦, ୨୦୨୨ରେ ସଂପୂର୍ଣ୍ଣ ହୋଇଥିଲା । ଏହି ଅଧିଗ୍ରହଣ ପୂର୍ବରୁ ଏନଡିଟିଭି ବୋର୍ଡରୁ ତାହାର ପ୍ରତିଷ୍ଠାତା ତଥା ବରିଷ୍ଠ ସାମ୍ବାଦିକ ପ୍ରଣୟ ରାୟ ତଥା ତାଙ୍କ ପତ୍ନୀ ରାଧିକା ରାୟ ଇସ୍ତଫା ଦେଇଥିଲେ ।

 

Get real time updates directly on you device, subscribe now.