fbpx

ମଦ ପିଇବାକୁ ଡ଼ାକି ନାବାଳକକୁ ଛୁରୀ-ଇଟାରେ ଆକ୍ରମଣ କରି ମାରିଦେଲେ ସାଙ୍ଗ

ନୂଆଦିଲ୍ଲୀ: ଦିନକୁ ଦିନ ସମାଜରେ ବଢ଼ୁଛି ଅପରାଧିକ ମାମଲା । ରକ୍ତମୁଖା ହେଲେଣି ଯୁବପିଢ଼ି। ଦିଲ୍ଲୀରୁ ଆସିଛି ଛାତିଥରାଇଦେବା ଭଳି ଖବର। ଗୁରୁବାର ଦିନ ଘଟିଛି ଏଭଳି ‌ଘଟଣା। ମାଡ଼ର ପ୍ରତିଶୋଧ ନେବାକୁ ଯାଇ ନାବାଳକ ସାଙ୍ଗକୁ ଜୀବନରୁ ମାରିଦେଲେ। ଜଣେ ନାବାଳକ ଅନ୍ୟ ବନ୍ଧୁଙ୍କ ସହ ମିଶି କରିଲେ ଏଭଳି ହତ୍ୟାକାଣ୍ଡ। ପୋଲିସର କହିବା ମୁତାବକ, ମୃତ ନାବାଳକର ଛାତି, ମୁହଁ, ବେକ ଓ ପେଟରେ ଛୁରୀରେ ଆକ୍ରମଣ ହୋଇଥିବା ଚିହ୍ନ ରହିଛି। ଗୁରୁବାର ଦକ୍ଷିଣ ଦିଲ୍ଲୀର ମାଲବିୟ ନଗରରେ ଏହି ଘଟଣା ଘଟିଥିବା ବେଳେ ଶୁକ୍ରବାର ସକାଳେ ମୃତଦେହ ମିଳିଥିବା କହିଛି ପୋଲିସ।

ଏହା ସହ ୩ଜଣ ନାବାଳକଙ୍କୁ ପୋଲିସ ଗିରଫ କରିଥିବା ବେ‌ଳେ ମୃତକର ନାମ ବିବେକ ବୋଲି ଜଣାପଡ଼ିଛି। ପଚରାଉଚରା ବେ‌ଳେ ଅଭିଯୁକ୍ତମାନେ ପୋଲିସକୁ କହିଛନ୍ତି ଯେ, କିଛି ମାସ ତଳେ ୬ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ବିବେକ ମାଡ଼ ମାରିଥିଲେ। ଏହାର ପ୍ରତିଶୋଧ ନେବାକୁ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିିଥିଲେ ଅଭିଯୁକ୍ତ। ଘଟଣା ଦିନ ମଦ ପିଇବାକୁ ଅଭିଯୁକ୍ତମାନେ ବିବେକଙ୍କୁ ସତପୁଲା ପାର୍କକୁ ଡାକିଥିଲେ। ସେଠାରେ ମଦ ପିଇ ନିଶାଗ୍ରସ୍ତ ହେବା ପରେ ଅଭିଯୁକ୍ତମା‌ନେ ଛୁରୀ ଓ ଇଟାରେ ତାଙ୍କୁ ଆକ୍ରମଣ କରିଥିଲେ। ହତ୍ୟା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ଶୁକ୍ରବାର ସକାଳ ୭.୩୦ରେ ବିବେକଙ୍କ ମୃତଦେହ ପାର୍କରେ ପଡ଼ିଥିବାର ଦେଖିଥିଲେ ଲୋକେ। ସୂଚନା ପାଇ ତଦନ୍ତ କରି ୩ଜଣକୁ ଗିରଫ କରିଛି ପୋଲିସ।

Get real time updates directly on you device, subscribe now.