fbpx
BSKY SKY
BSKY SKY

Breaking…କେନ୍ଦୁଝର: ମଶା ଧୂଆଁରେ ଅଣନିଃଶ୍ୱାସୀ ହୋଇ ଜଣେ ମୃତ, ଜଣେ ଗୁରୁତର

BSKY

କେନ୍ଦୁଝର: (ଓଡ଼ିଶା ଭାସ୍କର) ମଶା ଧୂଆଁରେ ଅଣନିଃଶ୍ୱାସୀ ହୋଇ ଜଣେ ମୃତ, ଜଣେ ଗୁରୁତର ହୋଇଥିବା ସୂଚନା। କେନ୍ଦୁଝରର ଏକ ଘରୋଇ କଂପାନୀ ଅଫିସ୍‌ରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଫିସ୍‌ ସୁରକ୍ଷା କର୍ମୀର ମୃତ୍ୟ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ହେଉଛି ।

ରାତିରେ ଅଫିସ୍‌ରେ ମଶା କଏଲ ଲଗାଇ ଶୋଇଥିବା ବେଳେ ଘଟିଥିଲା ଏଭଳି ଅଘଟଣ। ସକାଳୁ ଉଭୟଙ୍କୁ ବେହୋସ୍‌ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୁରକ୍ଷା କର୍ମୀ ମୃତ ହୋଇଖିବା ବେଳେ ଡ୍ରାଇଭର ଗୁରୁତର ହୋଇଥିବା ସୂଚନା।

Get real time updates directly on you device, subscribe now.