fbpx

ଟପ୍-୧୦ ଧନୀ ତାଲିକାରୁ ଖସିଲେ ମୁକେଶ ଅମ୍ବାନୀ, ଗୌତମ ଅଦାନୀ ଏବେବି ରହିଛନ୍ତି ଆଗରେ

Advertisement

ନୂଆଦିଲ୍ଲୀ: ଦୁନିଆର ଟପ୍-୧୦ ଧନୀ ବ୍ୟକ୍ତିଙ୍କ ତାଲିକାର ପୁଣି ଥରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଭାରତୀୟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙକ୍ ସମ୍ପତ୍ତିରେ ହ୍ରାସ ଯୋଗୁଁ ଲିଷ୍ଟରୁ ବାହାରେ ଅଛନ୍ତି । ଏସିଆର ସବୁଠୁ ଧନୀ ବ୍ୟକ୍ତି ଏବଂ ଲମ୍ବା ସମୟ ଧରି ଦୁନିଆର ଶୀର୍ଷ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ରହିଆସିଥିବା ମୁକେଶ ଅମ୍ବାନୀ ଏବେ ଟପ୍-୧୦ ଧନୀ ତାଲିକାରେ ସାମିଲ ନାହାନ୍ତି ।

ତାଙ୍କ ସମ୍ପତ୍ତିରେ ହ୍ରାସ ଯୋଗୁଁ ଏବେ ରିଲାଏନ୍ସର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ୧୧ ତମ ସ୍ଥାନକୁ ଖସି ଆସିଛନ୍ତି । ଫୋର୍ବ୍ସର ରିୟଲ ଟାଇମ୍ ବିଲେନିୟର ଇଣ୍ଡେକ୍ସ ଅନୂଯାୟୀ ଅମ୍ବାନୀଙ୍କ ସମୁଦାୟ ସମ୍ପତ୍ତି କମ୍ ହୋଇ ଏବେ ୮୭.୪ ଅରବ ଡଲାର ହୋଇଛି । ଏହା ସହ ସେ ୧୦ମ ସ୍ଥାନରୁ ୧୧ ତମ ସ୍ଥାନକୁ ଖସିଆସିଛନ୍ତି । ତାଙ୍କ ସ୍ଥାନରେ ୧୦ ମ ସ୍ଥାନରେ ୮୮.୧ ଅରବ ଡଲାର ସହ ଷ୍ଟିଭ ବାଲ୍ମର ପହଞ୍ଚିଛନ୍ତି ।

ସେପଟେ ଟପ୍ – ୧୦ ଧନୀ ତାଲିକାରେ ଦ୍ୱିତୀୟ ଭାରତୀୟ ଶିଳ୍ପପତି ଭାବରେ ଗୌତମ ଅଦାନୀ ୮ମ ସ୍ଥାନରେ ରହିଛନ୍ତି । ଅଦାନୀଙ୍କ ସମୁଦାୟ ୧୦୫ ଅରବ ଡଲାରର ସମ୍ପତ୍ତି ରହିଛି । ସେ ଏସିଆର ସବୁଠୁ ଧନୀ ବ୍ୟକ୍ତି ଭାବରେ ମଧ୍ୟ ରହିଛନ୍ତି ।

ତାଲିକାରେ ହୋଇଥିବା ପରିବର୍ତ୍ତନରେ ଦୁଇ ଭାରତୀୟ ଶିଳ୍ପପତିଙ୍କ ସମ୍ପତ୍ତି କହିଲେ ଗୌତମ ଅଦାନୀ ଏବେ ମୁକେଶ ଅମ୍ବାନୀଙ୍କ ଠାରୁ ଆଗରେ ରହିଛନ୍ତି । ଉଭୟଙ୍କ ସମୁଦାୟ ସମ୍ପତ୍ତି ମଧ୍ୟରେ ୧୭.୬ ଡଲାରର ଫରକ ରହିଛି । ଅବଶ୍ୟ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡ ଏବେବି ମାର୍କେଟ କ୍ୟାପ୍ ହିସାବରେ ଦେଶର ସବୁଠୁ ମୂଲ୍ୟବାନ୍ କମ୍ପାନୀ  ।

ତେବେ ତାଲିକାରେ ଟେସଲା ସିଇଓ ଏଲନ ମସ୍କ ୨୩୭.୯ ଅରବ ଡଲାର ସହ ବିଶ୍ୱର ୧ ନମ୍ବର ଧନୀ ସ୍ଥାନରେ ରହିଛନ୍ତି । ଦ୍ୱିତୀୟ ସ୍ଥାନରେ ୧୪୯.୩ ଅରବ ଡଲାର ସମ୍ପତ୍ତି ସହ ଫ୍ରାନ୍ସର ଧନୀ ବ୍ୟକ୍ତି ବର୍ନାର୍ଡ ଅର୍ନାଲ୍ଟ ରହିଛନ୍ତି । ଯେତେବେଳେକି ୧୪୧.୨ ଅରବ ଡଲାର ସହ ଆମାଜନ ମୁଖ୍ୟ ଜେଫ୍ ବେଜୋସ ତୃତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ଚତୁର୍ଥ ସ୍ଥାନରେ ମାଇକ୍ରୋସଫ୍ଟର ବିଲ୍ ଗେଟ୍ସ ୧୨୪.୬ ଆରବ ଡଲାର ସହ ଚତୁର୍ଥ ସ୍ଥାନରେ ରହିଛନ୍ତି । ପଞ୍ଚମ ସ୍ଥାନରେ ୧୦୫ ଆରବ ଡଲାର ସହ ଗୌତମ ଅଦାନୀ, ଷଷ୍ଠ ସ୍ଥାନରେ ୧୦୨.୬ ଡଲାର ସହ ଲାରୀ ପେଜ୍, ସପ୍ତମ ସ୍ଥାନରେ ୯୯ ଆରବ ଡଲାର ସମ୍ପତ୍ତି ସହ ଲାରୀ ଏଲିସନ, ଅଷ୍ଟମ ସ୍ଥାନରେ ୯୮.୬ ଆରବ ଡଲାର ସହ ସର୍ଗେଇ ବ୍ରିନ୍, ନବମ ସ୍ଥାନରେ ୯୭.୭ ଆରବ ଡଲାର ସହ ୱରେନ ବଫେଟ ଏବଂ ୮୮.୧ ଆରବ ଡଲାର ସହ ଦଶମ ସ୍ଥାନରେ ଷ୍ଟିଭ୍ ବାଲ୍ମେର ରହିଛନ୍ତି ।

 

Get real time updates directly on you device, subscribe now.