fbpx

(Video)ବନ୍ଧୁତା ରୁ ଆରମ୍ଭ, ତାପରେ ପ୍ରେମ ଏବଂ ବିବାହ ପରେ ବର୍ତ୍ତମାନ ଦୁଇଟି ସନ୍ତାନର ପିତା ହେଲେ ସମଲିଙ୍ଗୀ ଦମ୍ପତି, ଦେଖନ୍ତୁ ଭିଡ଼ିଓ

Advertisement

ନୂଆଦିଲ୍ଲୀ: ଯିଏ ବି ପ୍ରେମ କରନ୍ତି ସବୁବେଳେ ଚାହାନ୍ତି ସେ ଭଲ ହେଉ ଅବା ଖରାପ ସବୁବେଳେ ସେ ପରସ୍ପର ସହ ମିଶି ରହିବାକୁ। ଏହି କାରଣରୁ, ଦମ୍ପତିମାନେ ପରସ୍ପରକୁ ଭଲ ଲାଗିବାକୁ ଲାଗନ୍ତି। ତେବେ ସୌଗତ ଏବଂ ମୟଙ୍କ ଙ୍କ କାହାଣୀ ମଧ୍ୟ ଠିକ ଏମିତି କିଛି । ପ୍ରଥମେ ଭଲ ବନ୍ଧୁ ହେଲେ କିନ୍ତୁ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢ଼ିଲା। ପରେ ସେମାନେ ସମଲିଙ୍ଗୀ ଦମ୍ପତି ହେଲେ। ସେମାନେ ବନ୍ଧୁତ୍ୱରୁ ପ୍ରେମୀ ହୋଇଥିଲେ ଏବଂ ବିବାହ ପରେ ବର୍ତ୍ତମାନ ଦୁଇ ସନ୍ତାନର ପିତା ହୋଇଗଲେ। ତାଙ୍କର ଯାତ୍ରା ଅତ୍ୟନ୍ତ ଆକର୍ଷଣୀୟ ଯାହା ଏବେ ଖୁବ ଚର୍ଚ୍ଚାରେ ଅଛି । ତେବେ ଏକ ସାକ୍ଷାତକାରରେ ମୟଙ୍କ କହିଛନ୍ତି ଯେ ସେମାନେ ପ୍ରଥମେ ଏକ ଡେଟିଂ ଆପରେ ସାକ୍ଷାତ ହୋଇଥିଲେ, ସେତେବେଳେ ଏହା କେବଳ ଏକ ସ୍ୱପ୍ନ ପରି ଲାଗୁଥିଲା। କିନ୍ତୁ କଥାରେ ଅଛି, ପ୍ରେମରେ ସମସ୍ତଙ୍କ ପାଇଁ ଭିନ୍ନ । ଆଉ ମୟଙ୍କ ସୌଗତ ଙ୍କ ପ୍ରେମ କାହାଣୀ ମଧ୍ୟ ଭିନ୍ନ ।

ମୟଙ୍କ କହିଛନ୍ତି ଯେ “ସୌଗତ ଏବଂ ମୁଁ ୨୦୧୦ ରେ ଏକ ଡେଟିଂ ଆପ୍ ରେ ଭେଟିଥିଲୁ। ଯେଉଁ ସମୟରେ ‘ସମଲିଙ୍ଗୀ’ ହେବା ବିଷୟରେ କୌଣସି ଆଲୋଚନା ହେଉନଥିଲା । କିନ୍ତୁ ଆମେ ପରସ୍ପର ସହ କଥା ହେଲୁ ଆଉ ଏହାପରେ ମୁଁ ସୌଗତଙ୍କୁ ଭେଟିଥିଲି। ମୁଁ ତାଙ୍କୁ ପସନ୍ଦ କଲି, ମୋ ପରି ସେ ମଧ୍ୟ ଏକ ଛୋଟ ସହରର ଥିଲେ, ନିଜ କ୍ୟାରିୟର ପ୍ରତି ଆଗ୍ରହୀ ଏବଂ ତାଙ୍କ ପରିବାରର ନିକଟତର ଥିଲେ। ଏହାପରେ ମୟଙ୍କ ୨୪ ବର୍ଷ ବୟସରେ ସୌଗତଙ୍କ ସହ ରହିବାକୁ ସ୍ଥିର କଲେ । ସେମାନେ ଏକାଠି ସବୁକିଛି କରିବା ଆରମ୍ଭ କଲେ – ପାର୍ଟି କରିବା, ସପିଂ ଏବଂ ରୋଷେଇ କରିବା । ଏହି ସମୟରେ, ଯେତେବେଳେ ସୌଗତଙ୍କ ପିତାଙ୍କୁ ବ୍ରେନ ଷ୍ଟ୍ରୋକ ହେଇଥିଲା, ସେ ସମୟରେ ମଧ୍ୟ ମୟକ ତାଙ୍କ ସାଥୀଙ୍କ ପାର୍ଶ୍ୱ ଛାଡି ନଥିଲେ ।

ମୟଙ୍କ ଏହି ପୋଷ୍ଟରେ କହିଛନ୍ତି, “ଏକ ମାସ ମେସେଜ୍ କରିବା ପରେ ମୋ ଅଫିସ୍ ତାଙ୍କ ଘର ନିକଟରେ ଥିବା ଏକ କୋଠାକୁ ସ୍ଥାନାନ୍ତରିତ ହେଲୁ । ଆମେ ଘର ଖୋଜିବା ଆରମ୍ଭ କଲୁ । ପ୍ରଥମେ ଆମେ ପରସ୍ପରକୁ ପସନ୍ଦ କରୁଛୁ ବୋଲି ଆମେ କେବେ ସ୍ୱୀକାର କରିନଥିଲୁ। ଆମ ମନରେ ବହୁତ କିଛି ଥିଲା – ଧାରା ୩୭୭, ପିତାମାତାଙ୍କୁ ନାପସନ୍ଦ, ଏବଂ ସମାଜକୁ ନାପସନ୍ଦ… ତଥାପି,ମୁଁ ସବୁ କିଛି ପରେ ନିଜ କଥା ପ୍ରକାଶ କରିଲି ।

ତେବେ ଏହି କଥା ଘରଲୋକଙ୍କ ଆଗରେ ପ୍ରକାଶ କରିବାକୁ ଆମକୁ ପାଞ୍ଚ ବର୍ଷ ଲାଗିଲା। ଆଉ ଏହି ସବୁ କଥାରେ ତାଙ୍କୁ ରାଜି କରେଇବା ପାଇଁ ଆମକୁ ଏକ ବର୍ଷ ଲାଗିଲା । ଆଉ ଏହାପରେ ଆମେ ବିବାହ ବନ୍ଧନରେ ଆବଦ୍ଧ ହେଲୁ । ଆଉ ଏବେ ଆମେ ଦୁଇଟି ସନ୍ତାନର ପିତା ହେଇଛୁ ।

Get real time updates directly on you device, subscribe now.