ମହାପ୍ରଭୁଙ୍କ ଖସାପଡ଼ା ନୀତି ପାଇଁ ଆସନ୍ତାକାଲି ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ : ସୋମବାର ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ । ଠାକୁରଙ୍କ ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଏହି ସ୍ୱତନ୍ତ୍ର ବିଧି ହେବ । ମହାପ୍ରଭୁଙ୍କ ଦଇତାପତି ସେବକମାନେ ଏହି ନୀତି ସମ୍ପାଦନ କରିଥାନ୍ତି । ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ନୀତି କରାଯାଏ । ଏହା ଠାକୁରଙ୍କ ଏକ ଗୁପ୍ତ ନୀତି ଓ ବର୍ଷକେ ଏକାଧିକ ଥର ସମ୍ପନ୍ନ ହୁଏ । ଏହି ନୀତି ସମୟରେ ମହାପ୍ରଭୁଙ୍କ ଦର୍ଶନ କଟକଣା ରହିବ। ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନରୁ ବଞ୍ଚିତ ହେବେ ।