ଏହି ବେଳାଭୂମିକୁ ଡ୍ରେସ ପିନ୍ଧିଥିବା ଲୋକଙ୍କ ପାଇଁ ପ୍ରବେଶ ନିଷେଧ, ଜାଣନ୍ତୁ ଏଠାକାର ନିୟମ
କ’ଣ ଆପଣ ବେଳାଭୂମିକୁ ପୋଷାକ ପିନ୍ଧିକି ଯାଉଛନ୍ତି? ଏଠାରେ ଆପଣଙ୍କୁ ନୋ ଏଣ୍ଟ୍ରି
ନୂଆଦିଲ୍ଲୀ: ଦୁନିଆର କିଛି ସମୁଦ୍ର ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ନିୟମ ରହିଛି। କିଛି ସମୁଦ୍ର ବେଳାଭୂମିରେ ନଗ୍ନ ରହିବାର ଅନୁମତି ନାହିଁ। କିନ୍ତୁ ଜାପାନର ଏମିତି କିଛି ବେଳାଭୂମି ଅଛି ଯେଉଁଠାରେ ଆପଣ କପଡ଼ା ପିନ୍ଧିକି ଗଲେ ଆପଣଙ୍କୁ ସେଠାରୁ ତଡି ଦିଆଯିବ।
ଜର୍ମାନୀର ଉପକୂଳବର୍ତ୍ତୀ ସହର ରୋଷ୍ଟକରେ, ନଗ୍ନବାଦୀ ବେଳାଭୂମିରେ ପୋଷାକ ପିନ୍ଧିଥିବା ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ନୂତନ ନିୟମରେ ସମୁଦ୍ରକୂଳ ୱାର୍ଡେନମାନଙ୍କୁ କୁହାଯାଇଛି ଯେ, ଯେଉଁ ଭ୍ରମଣକାରୀମାନେ ପୋଷାକ ଉତରିବାକୁ ମନା କରନ୍ତି ସେମାନଙ୍କୁ ସେଠାକୁ ପ୍ରବେଶ କରିବାକୁ ଦିଆଯିବନାହିଁ।
ଏହି ନୂଆ ନିୟମର ଉଦ୍ଦେଶ୍ୟ ହେଉଛି, ବେଳାଭୂମିରେ ନ୍ୟୁଡିଷ୍ଟ ଅଞ୍ଚଳକୁ ସେହି ଲୋକଙ୍କ ପାଇଁ ଆରାମଦାୟକ ରଖାଯାଏ, ଯିଏ ପ୍ରକୃତିବାଦୀ ଜୀବନଶୈଳୀ ଆପଣାଇଥାଆନ୍ତି।
ଏଠାରେ ହାରାଜରି ୧୫ କିମି ଲମ୍ବା ବେଳାଭୂମି ଅଛି, ଯାହାକୁ ତିନି ଭାଗରେ ବିଭାଜନ କରାଯାଇଛି, କେବଳ ପ୍ରକୃତିବାଦୀ, ମିକ୍ସଡ-ୟୁଜ, ଏବଂ ଟେକ୍ସଟାଇଲ।
ପର୍ଯ୍ୟଟକମାନେ ଏଠାରେ ନିଜ ନିଜ ପସନ୍ଦ ମୁତାବକ ନିଜର ବେଳାଭୂମି ଚୟନ କରିପାରିବେ।