fbpx

ଜର୍ମାନୀ ହଟାଇଲା ଭାରତ, ନେପାଳ ଓ ୟୂକେ ଉପରୁ ଯାତ୍ରା ପ୍ରତିବନ୍ଧକ, ଡେଲଟା ଭାରିଆଣ୍ଟ ପାଇଁ ଲଗାଇଥିଲା କଟକଣା

ନୂଆଦିଲ୍ଲୀ: ଜର୍ମାନୀ କରୋନାର ନୂତନ ଭାରିଆଣ୍ଟ୍ ଦ୍ୱାରା ପ୍ରଭାବିତ ହୋଇଥିବା ଭାରତ, ବ୍ରିଟେନ୍ ଓ ପର୍ତ୍ତୁଗାଲ୍ ଉପରେ ଲଗାଇଥିବା ପ୍ରତିବନ୍ଧକକୁ ହଟାଇବା ନେଇ ଘୋଷଣା କରିଛି । ପୂର୍ବରୁ କରୋନା ଦ୍ୱାରା ଅତ୍ୟଧିକ ଭାବେ ପ୍ରଭାବିତ ହୋଇଥିବା ଦେଶ ଗୁଡିକ ଉପରେ ଯାତ୍ରା କରିବା ନେଇ କଟକଣା ଲାଗୁ କରିଥିଲା । ହେଲେ ଆଜି ଏହାକୁ ହଟାଇଦେଇଛି । କିନ୍ତୁ ଜର୍ମାନୀକୁ ଯିବାକୁ ହେଲେ କରୋନା ନେଗେଟିଭ୍ ରିପୋର୍ଟ ଅନିବାର୍ଯ୍ୟ କରାଯାଇଛି । ଏହା ବ୍ୟତୀତ ୫ରୁ ୧୦ ଦିନ ପର୍ଯ୍ୟନ୍ତ କ୍ୱାରେନଣ୍ଟାଇନ୍ ରେ ରହିବାକୁ ହେବ ।

ତେବେ ଖ।।ଲି ଜର୍ମାନୀ ନୁହେଁ ବରଂ ଅନେକ ସରକାର ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଆଖି ଆଗରେ ରଖି ନିଜ ଦେଶକୁ ଯାତ୍ରା କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଜର୍ମାନୀ ୧୬ଟି ଦେଶ ଉପରେ କଟକଣା ଲାଗୁ କରିଥିଲା । ଏଠାରେ ଅଧିକ ସଂକ୍ରମିତ ହୋଇଥିବା ଦେଶକୁ ଅଲଗା ଅଲଗା କାଟାଗୋରି କରାଯାଇଥିଲା । ସେହି ଦେଶର ଲୋକମାନେ ଜର୍ମାନୀ ଯାତ୍ରା କରିପାରିବେ ନାହିଁ । ହେଲେ ଏବେ ଦେଶ ଭିତରୁ ଏବଂ ବାହାରୁ ଯାତ୍ରୀ ମାନେ ଦେଶକୁ ପ୍ରବେଶ କରିପାରିବେ ।

ବର୍ତ୍ତମାନ ଦେଶକୁ ଯିବାକୁ ହେଲେ ନେଗେଟିଭ୍ ରିପୋର୍ଟ ସହିତ ୫ ଦିନ କ୍ୱାରେନଣ୍ଟାଇନ୍ ରେ ରହିବାକୁ ପଡ଼ିବ । ଏଥିସହିତ ଦୁଇଟି ଡୋଜ୍ ଟିକା ନେବା ମଧ୍ୟ ଅନିର୍ବାଯ୍ୟ କରାଯାଇଛି ।

Get real time updates directly on you device, subscribe now.