fbpx

ଆକାଉଣ୍ଟକୁ ସିଧା ୧୦ ହଜାର ଟଙ୍କା ପଠାଉଛନ୍ତି କେନ୍ଦ୍ର ସରକାର: ମାର୍ଚ୍ଚ ପୂର୍ବରୁ ସାରନ୍ତୁ ଏହି କାମ, ଜାଣନ୍ତୁ ଯୋଜନା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅନେକ ଜନ କଲ୍ୟାଣମୂଳକ ଯୋଜନା ଆରମ୍ଭ କରିଛନ୍ତି । ଏହା ଅଧୀନରେ ସମାଜର ବିଭିନ୍ନ ବର୍ଗକୁ ସମସ୍ତ ପ୍ରକାରର ସୁବିଧା ଓ ଆର୍ôଥକ ସହାୟତା ଯୋଗାଇ ଦିଆଯାଉଛି । ସେହିପରି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ରହିଛି, ଯେଉଁଥିରେ ଯୋଗ୍ୟ ବ୍ୟକ୍ତିମାନଙ୍କୁ ୧୦,୦୦୦ ଟଙ୍କା ଲେଖାଏଁ ପଠାଉଛନ୍ତି ସରକାର । ତେବେ ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ ସବିଶେଷ ବିବରଣୀ…

ପିଏମ ସ୍ୱନିଧି ଯୋଜନା ଅଧୀନରେ ରାସ୍ତାଘାଟ ବିକ୍ରେତାଙ୍କୁ ସରକାର ୧୦,୦୦୦ ଟଙ୍କା ଋଣ ଦେଉଛନ୍ତି ଓ ଏହି ଲୋନ୍ ପାଇଁ କୌଣସି ଗ୍ୟାରେଣ୍ଟି ଦେବାକୁ ଆବଶ୍ୟକତା ନାହିଁ । ଯଦି ଆପଣ ଏହି ଲୋନକୁ ଠିକ୍ ସମୟରେ ପରିଶୋଧ କରନ୍ତି, ତେବେ ଆପଣଙ୍କୁ ସବସିଡିର ଫାଇଦା ମଧ୍ୟ ମିଳିବ ।

କାହାକୁ ମିଳିବ ଫାଇଦା?
ନୂଆ ଦୋକାନୀ, ମୋଚୀ, ପାନଦୋକାନୀ, ଧୋବୀ, ପନିପରିବା ଦୋକାନୀ, ଷ୍ଟ୍ରିଟ୍ ଫୁଡ୍, ଚା ଷ୍ଟଲ୍ କିମ୍ବା ଠେଲା ଦୋକାନୀ, ରୁଟି କିମ୍ବା ଅଣ୍ଡା ବିକ୍ରେତା, ଫେରୀବାଲା, ଷ୍ଟେସନାରୀ ବିକ୍ରେତା ଏହି ଯୋଜନାର ଲାଭ ଉଠାଇ ପାରିବେ ।

ଲୋନ୍ ନେବାର ଖାସ୍ ନିୟମ:
-ସର୍ବପ୍ରଥମେ ଲୋନ୍ ନେଉଥିବା ବ୍ୟକ୍ତିଙ୍କ ମୋବାଇଲ୍ ନମ୍ବର ଆଧାର ସହିତ ଲିଙ୍କ୍ ହେବା ଆବଶ୍ୟକ ।
-ଏହି ଲୋନ୍ କେବଳ ସେହି ଲୋକନ୍ନଙ୍କୁ ମିଳିବ, ଯେଉଁମାନେ ୨୪ ମାର୍ଚ୍ଚ ୨୦୨୦ କିମ୍ବା ପୂର୍ବରୁ ଏପରି କାର୍ଯ୍ୟରେ ନିୟୋଜିତ ଥିଲେ ।
-ଏହି ଲୋନର ଯୋଜନାର ଅବଧି କେବଳ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ରହିଛି, ତେଣୁ ଯେଉଁମାନଙ୍କୁ ଏହାକୁ ଆବଶ୍ୟକତା ରହିଛି ସେମାନେ ଶୀଘ୍ର ଏହାର ପ୍ରକ୍ରିୟା ଶେଷ କରିବା ଉଚିତ୍ ।
-ରାସ୍ତାଘାଟ ବିକ୍ରେତାମାନେ ସହରର କିମ୍ବା ଗ୍ରାମାଞ୍ଚଳର ହୋଇଥିଲେ ବି ଲୋନ୍ ନେଇପାରିବେ ।
– ଏହି ଲୋନର ସୁଧ ଉପରେ ସବସିଡି ମିଳୁଛି । ଏହା ସିଧା ଲୋନ୍ ନେଉଥିବା ଲୋକଙ୍କ ଆକାଉଣ୍ଟରେ ତୈମାସିକ ଆଧାରରେ ଟ୍ରାନ୍ସଫର ହୋଇଯିବ ।

ଅଫିସିଆଲ୍ ଲିଙ୍କ୍
ଏହି ଲୋନ୍ ବିଷୟରେ ଅଧିକ ସୂଚନା ପାଇଁ, ଆପଣ ଲିଙ୍କ୍ pmsvanidhi.mohua.gov.inକୁ ଯାଇ ଦେଖିପାରିବେ ।

Get real time updates directly on you device, subscribe now.