fbpx

ଏହି କ୍ରେଡିଟ୍ କାର୍ଡରେ ମାଗଣାରେ ପାଆନ୍ତୁ ୭୧ ଲିଟର ପେଟ୍ରୋଲ-ଡିଜେଲ, ତେଲ ରେଟ୍ ବଢ଼ିଲେ ବି ଆଉ ଚିନ୍ତା ନାହିଁ

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇ ଚାଲିଛି । ଫଳରେ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମସ୍ୟାର ହେଉଛନ୍ତି । ତେବେ ଏଭଳି ସ୍ଥିତିରେ ଇଣ୍ଡିଆନ ଅଏଲ ସିଟି କ୍ରେଡିଟ୍ କାର୍ଡ ଆପଣଙ୍କର ସମସ୍ୟାର ସମାଧାନ କରିପାରିବ । ଏହି କ୍ରେଡିଟ କାର୍ଡ ମାଧ୍ୟମରେ ଆପଣ ମାଗଣାରେ ୭୧ ଲିଟର ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ ପାଇପାରିବେ ।

ସାଧାରଣତଃ କ୍ରେଡିଟ କାର୍ଡରୁ ୟାର୍ଣ୍ଣ କରାଯାଇଥିବା ରିୱାର୍ଡ ପଏଣ୍ଟକୁ ରିଡିଭ୍ କରିବା ପାଇଁ କମ୍ପାନୀ ତରଫରୁ ଭିନ୍ନ ଭିନ୍ନ ତରିକା ପ୍ରଦାନ କରାଯାଇଥାଏ । କିଛି କ୍ରେଡିଟ କାର୍ଡ ଏପରି ରହିଛି, ଯେଉଁଥିରେ ଫୁଏଲିଂ କରିବାର ସୁବିଧା ଦିଆଯାଉଛି । ଇଣ୍ଡିଆନ ଅଏଲ ପକ୍ଷରୁ ଏପରି ଏକ ସୁବିଧା ଦିଆଯାଉଛି । ଇଣ୍ଡିଆନ ଅଏଲ ସିଟି କ୍ରେଡିଟ କାର୍ଡର ରିୱାର୍ଡ ପଏଣ୍ଟକୁ ରିଡିମ୍ କରି ଗ୍ରାହକମାନେ ୭୧ ଲିଟର ପର୍ଯ୍ୟନ୍ତ ମାଗଣାରେ ପେଟ୍ରୋଲ-ଡିଜେଲ ପାଇପାରିବେ । ଇଣ୍ଡିଆନ ଅଏଲ ସିଟି କ୍ରେଡିଟ କାର୍ଡରେ ପ୍ରତି ୧୫୦ ଟଙ୍କାରେ ୪ ଟର୍ବୋ ପଏଣ୍ଟ, କାର୍ଡରେ ଗ୍ରୋସରୀ ଓ ସୁପରମାର୍କେଟରେ ୧୫୦ ଟଙ୍କା ଖର୍ଚ୍ଚ କଲେ ୨ ଟର୍ବୋ ପଏଣ୍ଟ, ଅନ୍ୟ କ୍ୟାଟେଗୋରିରେ ୧୫୦ ଟଙ୍କା ଖର୍ଚ୍ଚ କଲେ ୧ ଟର୍ବୋ ପଏଣ୍ଟ ମିଳିଥାଏ । ତେବେ ଏହି ଟର୍ବୋ ପଏଣ୍ଟକୁ ବିଭିନ୍ନ ଉପାୟରେ ରିଡିମ୍ କରାଯାଇଥାଏ । ମାତ୍ର ଇଣ୍ଡିଆନ ଅଏଲ୍ ପମ୍ପରେ ରିଡିମ୍ କରି ଆପଣ ଅଧିକ ବେନିଫିଟ୍ ପାଇପାରିବେ ।

Get real time updates directly on you device, subscribe now.