fbpx

(Video) ମାତ୍ର ୪୫ ଟଙ୍କା ଦେଲେ ମିଳିବ ୨୫ ଲକ୍ଷ ଟଙ୍କା: ଜାଣି ରଖନ୍ତୁ LICର ଏହି ଦମଦାର ପଲିସି ବିଷୟରେ

ଓଡ଼ିଶା ଭାସ୍କର: ଚାକିରି ପରେ ଶାନ୍ତିରେ ଜୀବନ କାଟିବା ପାଇଁ ଅନେକ ଲୋକ ବିଭଭିନ୍ନ ପ୍ରକାରର ଯୋଜନାରେ ସାମିଲ ହୋଇଥାନ୍ତି । ବିଭିନ୍ନ ପ୍ରକାରର ବୀମାକୁ ଭରସା କରି ଟଙ୍କା ନିବେଶ କରିଥାନ୍ତି ଅଧିକାଂଶ ଲୋକେ । ତେବେ ଏହି ପଲିସିଗୁଡ଼ିକ ମଧ୍ୟରେ LIC ଜୀବନ ଆନନ୍ଦ ପଲିସି ଏକ ସୁନ୍ଦର ପଲିସି, ଯଦି ଆପଣ ଏହି ପଲିସିରେ ପ୍ରତିଦିନ ମାତ୍ର ୪୫ ଟଙ୍କା ବିନିଯୋଗ କରୁଛନ୍ତି, ତାହେଲେ ୩୫ ବର୍ଷରେ ଆପଣଙ୍କ ଦ୍ବାରା ବିନିଯୋଗ ହୋଇଥିବା ଅର୍ଥ ହେଉଛି, ୫ ଲକ୍ଷ ୭୦୦୦୦ ଟଙ୍କା ଏବଂ ଭାରତର ଜୀବନ ବୀମା ନିଗମର ଏହି ପଲିସିରେ ଆପଣଙ୍କୁ ମୋଟ ୨୫ ଲକ୍ଷ ଟଙ୍କାର ଲାଭ ପାଇ ପାରିବେ ।

ଲାଇଫ ଇନସୁରାନ୍ସ କର୍ପୋରେସନ୍(LIC) ଅଫ୍ ଇଣ୍ଡିଆ, ବୀମା କମ୍ପାନୀକୁ ଆପଣ ଜାଣିଛନ୍ତି । ଅନେକ ଲୋକ ମଧ୍ୟ LICରୁ ଲାଭ ଉଠାଉଛନ୍ତି । ଆମେ ଜାଣିଛେ ଯେ, ଯେଉଁ ମାନେ LICରେ ଜଡିତ ରହିଛନ୍ତି, ସେମାନଙ୍କର ଯଦି ମୃତ୍ୟୁ ହୋଇଯାଏ, ତାହେଲେ ନୋମିନିରେ ଥିବା ବ୍ୟକ୍ତିଙ୍କୁ, ସମ୍ପୂର୍ଣ ଲାଭ ପ୍ରଦାନ କରାଯାଇଥାଏ । ଅନେକ ଲୋକ ମଧ୍ୟ LICରେ ପଲିସି କରିଥାନ୍ତି । ଦୀର୍ଘ ବର୍ଷ ବର୍ଷ ଧରି ଗ୍ରାହକ ମାନଙ୍କୁ ସେବା ଯୋଗାଇ ଆସୁଛି LIC । ହେଲେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ଯାହା ମାତ୍ର ଦିନକୁ ୪୫ ଟଙ୍କା ବିନିଯୋଗ କଲେ ୩୫ ବର୍ଷ ପରେ ଆପଣଙ୍କୁ ମିଳିବ ୨୫ ଲକ୍ଷ ଟଙ୍କା । ଲାଇଫ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ, ଦେଶର ସର୍ବବୃହତ ବୀମା କମ୍ପାନୀ, ଗ୍ରାହକଙ୍କ ପାଇଁ ପ୍ରତିଦିନ କିଛି ପଲିସି ଆଣିବାରେ ଲାଗିଛି । ଯାହା ଦ୍ବାରା ସେମାନେ ଉପକୃତ ହୋଇପାରିବେ ।

କମ୍ପାନୀ ଏକ ସ୍ୱତନ୍ତ୍ର ପଲିସି ଆରମ୍ଭ କରିଛି ଯାହା ଲୋକଙ୍କୁ ବହୁତ ଲାଭ ଦେଉଛି । ଖଓଉ ଜୀବନ ଆନନ୍ଦ ପଲିସି ଏକ ଉତ୍ତମ ପଲିସି ବୋଲି କୁହାଯାଏ । LIC ଜୀବନ ଆନନ୍ଦ ପଲିସି ଏକ ବେଷ୍ଟ ପଲିସି, ଯଦି ଆପଣ ଏହି ପଲିସିରେ ପ୍ରତିଦିନ ମାତ୍ର ୪୫ ଟଙ୍କା ବିନିଯୋଗ କରୁଛନ୍ତି, ତାହେଲେ ୩୫ ବର୍ଷରେ ଆପଣଙ୍କ ଦ୍ବାରା ବିନିଯୋଗ ହୋଇଥିବା ଅର୍ଥ ହେଉଛି, ୫ ଲକ୍ଷ ୭୦୦୦୦ ଟଙ୍କା ଏବଂ ଭାରତର ଜୀବନ ବୀମା ନିଗମର ଏହି ପଲିସିରେ ଆପଣଙ୍କୁ ମୋଟ ୨୫ ଲକ୍ଷ ଟଙ୍କାର ଲାଭ ପାଇ ପାରିବେ ।

Get real time updates directly on you device, subscribe now.