fbpx

ଦ୍ରୁତ ଗତିରେ ପୃଥିବୀ ଆଡ଼କୁ ମାଡ଼ିଆସୁଛି ବିଶାଳକାୟ ଉଲକାପିଣ୍ଡ, ଜାଣନ୍ତୁ ପୃଥିବୀ ନିକଟରେ କେବେ ପହଞ୍ଚିବ

ନୂଆଦିଲ୍ଲୀ: ଅନ୍ତରିକ୍ଷକୁ ନେଇ ବୈଜ୍ଞାନିକ ମାନେ ଅଧ୍ୟୟନ ଜାରି ରଖିଛନ୍ତି । ପ୍ରତିଟି ଗତିବିଧି ଉପରେ ତିଖ୍ନ ନଜର ରଖାଯାଇଛି । ତେବେ ଅନ୍ତରିକ୍ଷ ସମ୍ପର୍କରେ ଜାଣିବା ପାଇଁ ଯେତିକି ଲାଳସା ରହିଛି ସେତିକି ଏହା ବିପଦଜନକ ମଧ୍ୟ । କାରଣ ଅନେକ ସମୟରେ ଏକାଧିକ ଭୌଗୋଳିକ ଘଟଣା ମାନ ଘଟିଆସିଛି, ଯାହା ସମସ୍ୟା ସୃଷ୍ଟି କରିଛି । ଏହା ଭିତରେ ଆଉ ଏକ ଘଟଣା ଘଟିବାକୁ ଯାଉଛି ଯାହା ପୃଥିବୀ ପାଇଁ ବଡ଼ ସଙ୍କଟ ନେଇଆସିବ । କାରଣ ଏକ ବିଶାଳକାୟ ଉଲକାପିଣ୍ଡ ପୃଥିବୀ ଆଡ଼କୁ ଖୁବ୍ ଜୋରରେ ମାଡ଼ି ଆସୁଛି ।

ନିକଟରେ ହିଁ ବୈଜ୍ଞାନିକ ମାନେ କହିଛନ୍ତି ଯେ, ପୃଥିବୀ ଆଡ଼କୁ ଦ୍ରୁତ ଗତିରେ ଏକ ଉଲକାପିଣ୍ଡ ମାଡ଼ି ଆସୁଛି । ଏହାକୁ ନେଇ ଏକ ଡାଟା ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ, ଯଦି ଏହି ଉଲକାପିଣ୍ଡ ଦିଗ ପରିବର୍ତ୍ତନ ନକରେ କିମ୍ବା କୌଣସି ପ୍ରକାର ଏପଟସେପଟ ହୁଏ ତାହେଲେ ପୃଥିବୀ ପାଇଁ ଏକ ବଡ଼ ସଙ୍କଟ ଠିଆ ହୋଇପାରେ ।

ଇଟାଲୀର ଭର୍ଚୁଆଲ୍ ଟେଲିସ୍କୋପ୍ ପ୍ରୋଜେକ୍ଟର ଜ୍ୟୋତିର୍ବିଜ୍ଞାନୀ ଜିଆନଲୁକା ମାସି ୨୬,୮୦୦ ମିଲିମିଟର ବେଗରେ ପୃଥିବୀ ଆଡକୁ ଗତି କରୁଥିବା ଏକ ସମ୍ଭାବ୍ୟ ବିପଜ୍ଜନକ ଗ୍ରହର ଫଟୋ କ୍ଲିକ୍ କରିଛନ୍ତି । ଏହା ଖୁବ୍ ଶୀଘ୍ର ପୃଥିବୀ ନିକଟ ଦେଇ ଗତି କରିବ । ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୪ ତାରିଖ ରାତି ୧.୩୦ ସମୟରେ ଏହା ପୃଥିବୀ ନିକଟ ଦେଇ ଅତିକ୍ରମ କରିବ । ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ଗ୍ରହଟି ସୂର୍ୟ୍ୟଙ୍କ ଗୋଟିଏ କକ୍ଷପଥକୁ ୩୮୪ ଦିନରେ ସମାପ୍ତ କରେ ।

Get real time updates directly on you device, subscribe now.