ଆଜିଠାରୁ ଗିରିରାଜ ସିଂହଙ୍କ ସ୍ୱାଭିମାନ ଯାତ୍ରା, ଏହି ସ୍ଥାନ ଦେଇ କରିବ ଯାତ୍ରା

ପାଟନା: ବିଧାନସଭା ନିର୍ବାଚନ ପୂର୍ବରୁ ବିହାରରେ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ଏଥିମଧ୍ୟରେ ଆଜିଠାରୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ହିନ୍ଦୁ ସ୍ୱାଭିମାନ ଯାତ୍ରା ଆରମ୍ଭ କରୁଛନ୍ତି ଗିରିରାଜଙ୍କ ଏହି ଯାତ୍ରାକୁ ନେଇ ବିପକ୍ଷଙ୍କ ମଧ୍ୟରେ ହଲଚଲ ଦେଖାଦେଇଛି । ଏନେଇ ଆରଜେଡି, କଂଗ୍ରେସ ଏବଂ ବିଜେପି ସହଯୋଗୀ ଜେଡିୟୁ ଗିରିରାଜଙ୍କ ଯାତ୍ରାକୁ ନେଇ ଟାର୍ଗେଟ କରିଛନ୍ତି ।

ବିହାର ଭାଗଲପୁରରୁ ଆରମ୍ଭ ହେବାକୁ ଥିବା ଏହି ସ୍ୱାଭିମାନ ଯାତ୍ରାର ପ୍ରଥମ ପର୍ଯ୍ୟାୟ ସ୍ୱାମୀ ଦୀପାଙ୍କରଙ୍କ ନେତୃତ୍ୱରେ ସୀମାଞ୍ଚଳ ଦେଇ ଗତି କରିବ । ଏହି ଯାତ୍ରା ମଧ୍ୟମରେ ହିନ୍ଦୁଙ୍କୁ ‘ବିଭାଜନ ହେଲେ ବିଭାଜିତ ହେବ’ ବାର୍ତ୍ତା ଦିଆଯିବ ଏବଂ ଜାତିକୁ ତ୍ୟାଗ କରି ଧର୍ମକୁ ଦୃଢ଼ କରିବା ନେଇ ଅପିଲ କରାଯିବ ବୋଲି ଗିରିରାଜ ସିଂହ କହିଛନ୍ତି । ଏହି ହିନ୍ଦୁ ସ୍ୱାଭିମାନ ଯାତ୍ରା ଅକ୍ଟୋବର ୧୮ରେ ଭାଗଲପୁର, ଅକ୍ଟୋବର ୧୯ରେ କଟିହାର, ୨୦ରେ ପୂର୍ଣ୍ଣିଆ, ୨୧ରେ ଅରରିୟା ଏବଂ ୨୨ରେ କିଶନଗଞ୍ଜରେ ଶେଷ ହେବ । ତେବେ ସୀମାଞ୍ଚଳରେ ହେବାକୁ ଥିବା ଏହି ଯାତ୍ରାକୁ ପୁର୍ଣ୍ଣିଆ ସାଂସଦ ପପୁ ସିଂହ ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି ଗିରିରାଜଙ୍କ ଏହି ଯାତ୍ରାକୁ ମୁଁ ସମର୍ଥର୍ନ କରିବି କିନ୍ତୁ ଏହା ମାହୋଲ ଏବଂ ସୌହାର୍ଦ୍ଦ୍ୟ ବିଗଡ଼ିଲେ ମୋ ଶବ ଦେଇ ଏହି ଯାତ୍ରା ଗତି କରିବାକୁ ହେବ ।

Get real time updates directly on you device, subscribe now.