fbpx

ନୟାଗଡ଼ରେ ପୁଣି ଶିଶୁକନ୍ୟା ନିଖୋଜ

ନୟାଗଡ଼, ୧୨ା୧୨ (ଓଡିଶା ଭାସ୍କର): ଶିଶୁକନ୍ୟା ପରୀ ହତ୍ୟାକାଣ୍ଡ ମାମଲାର ତଦନ୍ତ ବର୍ତ୍ତମାନ ଚାଲିଥିବା ବେଳେ ନୟାଗଡ଼ରେ ଆଉ ଏକ ଶିଶୁକନ୍ୟା ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ରାଜସୁନାଖଳା ଅଞ୍ଚଳରେ ଏହି ଘଟଣାଟି ଘଟିଛି ।

ସୂଚନା ଅନୁଯାୟୀ, ୩ ବର୍ଷର ଏକ ଶିଶୁକନ୍ୟା ନିଖୋଜ ହୋଇଥିବା ଖବର ମିଳିଛି । ଶିଶୁକନ୍ୟା ଘର ବାଡ଼ିପଟେ ଖେଳୁଥିବା ସମୟରେ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ରାଜସୁନାଖଳା ଫାଣ୍ଡିରେ ଏତଲା ଦାୟର କରାଯାଇଛି । ଏତଲାକୁ ଭିତ୍ତିକରି ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି । ତେବେ ଶିଶୁକନ୍ୟା ଗତକାଲି ଅପରାହ୍ଣ ୩ଟା ବେଳେ ନିଖୋଜ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.