fbpx

ବାରିପଦାରେ ଲଜ୍ଜା: ରାସ୍ତାରୁ ଉଠାଇ ନେଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଆଉ ଏକ ଛାତିଥରା ଘଟଣା ଘଟିଯାଇଛି । ଜଣେ ଛାତ୍ରୀଙ୍କୁ ରାସ୍ତା ଉପରୁ ଉଠାଇ ନେଇ ଗଣ ଦୁଷ୍କର୍ମ କରିଛନ୍ତି ୩ ଦୁର୍ବୁର୍ତ୍ତ । ଏଭଳି ଲୋମଟାଙ୍କୁରା ଘଟଣା ବାରିପଦାର ବୈଶିଙ୍ଗାରେ ଘଟିଯାଇଛି । ଛାତ୍ରୀ ଜଣଙ୍କ ନିଜର ପୁରୁଷ ବନ୍ଧୁଙ୍କ ସହିତ ବାଇକରେ ଯାଉଥିବା ବେଳେ ଗଣ ଦୁଷ୍କର୍ମର ଶିକାର ହୋଇଥିଲା ।
ବୈଶିଙ୍ଗାର କଲମା ଛକ ନିକଟରେ ଏହି ଘଟଣା ଘଟିଥିଲା । ଯୁକ୍ତ ତିନିରେ ପଢୁଥିବା ଛାତ୍ରୀ ଜଣଙ୍କ ନିଜ ବନ୍ଧୁଙ୍କ ସହିତ ଯାଉଥିବା ବେଳେ ଅଭିଯୁକ୍ତ ମାନେ ଜଙ୍ଗଲ ମଧ୍ୟକୁ ଉଠାଇ ନେଇଥିଲେ । ପୁରୁଷ ବନ୍ଧୁଙ୍କୁ ବାନ୍ଧି ଦେଇ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ କରିଥିଲେ ୩ ଅଭିଯୁକ୍ତ । ପାଟ୍ରୋଲିଂ କରୁଥିବା ବେଳେ ପୀଡିତାଙ୍କୁ ଉଦ୍ଧାର କରିଥିଲା ପୋଲିସ । ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସମସ୍ତେ ବାଙ୍କତିରା ଗ୍ରାମର ବୋଲି ଜଣାପଡିଛି ।

Get real time updates directly on you device, subscribe now.