fbpx
BSKY SKY
BSKY SKY

ଘୋର କଳିଯୁଗ! ପାଠ ପଢ଼ିବାକୁ କହିବାରୁ ବେଲ୍ଟରେ ମାଆର ତଣ୍ଟିଚିପି ମାରିଦେଲା ଝିଅ

BSKY

ମୁମ୍ବାଇ: ଜଣେ ୧୫ ବର୍ଷୀୟା ଝିଅ ସାମନ୍ୟ ବଚସାକୁ ନେଇ ନିଜ ମା’ଙ୍କା ହତ୍ୟା କରିଥିବା ଜଣାପଡ଼ିଛି । ଏହିଭଳି ଏକ ଖବର ଆସିଛି ମାୟା ନଗରୀ ମୁମ୍ବାଇରୁ । ଘଟଣା କ୍ରମେ, ମାଆ-ଝିଅଙ୍କ ମଧ୍ୟରେ ପାଠପଢ଼ା କଥାକୁ ନେଇ ଝଗଡ଼ା ହୋଇଥିଲା । ଯାହାପରେ ଝିଅ ରାଗରେ ଆସି ବେଲ୍ଟରେ ମାଆର ତଣ୍ଟି ଚିପି ହତ୍ୟା କରିଦେଇଛି । ହେଲେ ପୋଲିସ୍ କୁ କହିଛି ଯେ, ଏହା ଏକ ଆକସ୍ମିକ ମୃତ୍ୟୁ ।

ସୁଚନା ଅନୁସାରେ, ଜୁଲାଇ ୩୦ ତାରିଖରେ ମୁମ୍ବାଇର ଏରୋଲୀ ଅଞ୍ଚଳରେ ଏହି ଘଟଣା ଘଟିଛି । ପୋଲିସ୍ କହିଛି ଯେ, ଝିଅ ଏବଂ ତାଙ୍କ ୪୦ ବର୍ଷୀୟା ମାଆଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହିଥାଏ । ମାଆ ଚାହୁଁଥିଲେ ଯେ, ତାଙ୍କ ଝିଅ ଡାକ୍ତରୀ ପାଠ ପଢ଼ୁ । କିନ୍ତୁ ଝିଅ କରିବାକୁ ଚାହୁଁନଥିଲେ । ତେଣୁ ଏହି କଥାକୁ ନେଇ ଝଗଡ଼ା ଲାଗି ରହେ ।

ତେବେ ଗତ ମାସରେ ଝିଅ ତାଙ୍କ ମାଆଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଯାହାପରେ ପୋଲିସ୍ ମାଆ ଏବଂ ଝିଅଙ୍କୁ କାଉନ୍ସଲିଂ କରିଥିଲା । ଜୁଲାଇ ୩୦ ତାରିଖରେ ଝିଅ, ପୋଲିସ୍ ଆଗରେ କହିଥିଲା ଯେ, ତାଙ୍କ ମାଆଙ୍କ ଗୋଡ଼ ଖସି ଯିବାକୁ ମୃତ୍ୟୁ ହୋଇଛି । କିନ୍ତୁ ମାଆଙ୍କ ମୃତଦେହକୁ ଫରେନସିକ୍ ଯାଞ୍ଚ ପଠାଯାଇଥିଲା ଏବଂ ରିପୋର୍ଟରୁ ଜଣାପଡ଼ିଥିଲା ମହିଳାଙ୍କ ତଣ୍ଟିଚିପି ହତ୍ୟା କରାଯାଇଛି । ଏହାପରେ ପୁଣିଥରେ ଝିଅକୁ ପଚରାଉଚରା କରାଯିବାରୁ ଝିଅ ପୋଲିସ୍ କୁ କହିଥିଲା ଯେ, ଝଗଡ଼ା ହେବା ସମୟରେ ବେଲ୍ଟରେ ଗଳା ଚିପି ହତ୍ୟା କରିଛି । ଏହାପରେ ପୋଲିସ୍, ଝିଅକୁ ସୋମବାର ହେପାଜତକୁ ନେଇଛି ଏବଂ ମାମଲା ରୁଜୁ କରିଛି ।

Get real time updates directly on you device, subscribe now.