fbpx

ଉଜ୍ଜ୍ୱଳା ୨.୦ ଯୋଜନାର ଶୁଭାରମ୍ଭ କଲେ ମୋଦୀ: ୧ କୋଟି ନୂଆ ଲୋକଙ୍କୁ ମିଳିବ ମାଗଣା ଗ୍ୟାସ୍ ସିଲିଣ୍ଡର, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ମହୋବାରେ ଉଜ୍ଜ୍ୱଳା ୨.୦ର ଲଞ୍ଚ କରିଛନ୍ତି । ଗରୀବ ରେଖାର ତଳେ ଥିବା ବିପିଏଲ ପରିବାରକୁ ଏହି ଯୋଜନା ମାଧ୍ୟମରେ ମାଗଣା ଏଲପିଜି କନେକ୍ସନ ଯୋଗାଇଦିଆଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଜନାର ହିତାଧିକାରୀଙ୍କୁ ସମ୍ବୋଧିତ କରିଥିଲେ । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ସମୟରେ ଉପସ୍ଥିତ ଥିଲେ ।

ତେବେ ୨୦୧୬ ମସିହାରେ ପିଏମୟୁୱାଇର ଶୁଭାରମ୍ଭ କରାଯାଇଥିବା ବେଳେ ୫ କୋଟି ବିପିଏଲ ପରିବାରର ମହିଳା ସଦସ୍ୟଙ୍କୁ ଏଲପିଜି କନେକ୍ସନ ଦେବା ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା । ୨୦୧୮ରେ ଏହି ଯୋଜନାକୁ ବିସ୍ତାର କରାଯାଇ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିଙ୍କ ସହ ୭ଟି ବର୍ଗର ମହିଳାଙ୍କୁ ଏଥିରେ ସାମିଲ୍ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ଯୋଜନାକୁ ସଂଶୋଧନ କରାଯାଇ ୮ କୋଟି ଲୋକଙ୍କୁ ଏଲପିଜି ସଂଯୋଗ ପ୍ରଦାନ କରାଯାଇଥିଲା । ଚଳିତବର୍ଷ ବଜେଟରେ ପ୍ରଧାନମନ୍ତ୍ରୀ ଉଜ୍ଝଳା ଯୋଜନା ଅଧିନରେ ଅତିରିକ୍ତ ୧ କୋଟି ଏଲିପିଜି କନେକ୍ସନ ଦେବାକୁ ଘୋଷଣା କରିଥିଲେ । ପ୍ରଥମ ଚରଣରେ ଏହି ସୁବିଧାରୁ ବଞ୍ଚିତ ଲୋକଙ୍କୁ ଦ୍ୱିତୀୟ ଚରଣରେ ମାଗଣାରେ ଏନପିଜି କନେକ୍ସନ ଯୋଗାଇ ଦିଆଯିବ ।

ଉଜ୍ଜ୍ୱଳା ଯୋଜନା ୨.୦ରେ ହିତାଧିକାରୀଙ୍କୁ ମାଗଣାରେ ଏଲପିଜି କନେକ୍ସନ ଦିଆଯିବା ସହ ରିଫିଲିଂ କରାଯାଉଛି । ଏଥିରେ ନାମାଙ୍କନ ପ୍ରକ୍ରିୟା ପାଇଁ ସର୍ବନିମ୍ନ କାଗଜପତ୍ରର ଆବଶ୍ୟକତା ରହିଛି । ମାତ୍ର ପ୍ରବାସୀଙ୍କ ପାଇଁ ରାଶନ କାର୍ଡ କିମ୍ବା ଠିକଣା ପ୍ରମାଣପତ୍ର ଜମା କରିବା ଦରକାର ନାହିଁ । ତେବେ ଏହି ଯୋଜନାର ଲାଭ ଉଠାଇବା ପାଇଁ ଏପରି କରନ୍ତୁ ଆବେଦନ ….

-: ଅନଲାଇନ୍ ପୋର୍ଟାଲ pmuy.gov.in ଉପରେ କ୍ଲିକ୍ କରିବା ପରେ ଉପରେ ଦିଆଯାଇଥିବା Apply For New Ujjwala 2.0 Connectionକୁ ଯାଆନ୍ତୁ ।

-: ଆପଣଙ୍କୁ ପେଜରେ ୩ଟି ଅପସନ୍ ମିଳିବ, ଇଣ୍ଡିଆନ୍, ଭାରତ ପେଟ୍ରୋଲିୟମ ଓ ଏଚପି ।

-: ନିଜର ସୁବିଧା ଅନୁସାରେ ଆପଣ ଏକ ବିକଳ୍ପ ବାଛନ୍ତୁ ଓ ନୂଆ କନେକ୍ସନ ପାଇଁ ମାଗିଥିବା ତଥ୍ୟ ଦେଇ ଦାଖଲ କରନ୍ତୁ ।

-: ଆପଣ ଏହି ଫର୍ମକୁ ଡାଉନଲୋଡ କରି ଏହା ପୂରଣ କରିବା ପରେ ସ୍ଥାନୀୟ ଏଜେନ୍ସି ଡିଲର ପାଖରେ ବି ଜମା କରିପାରିବେ ।

-: ଡକ୍ୟୁମେଣ୍ଟ ଯାଞ୍ଚ ହେବା ପରେ ସରକାର ଆପଣଙ୍କୁ ଏଲପିଜି ଗ୍ୟାସ କନେକ୍ସନ୍ ସଂଯୋଗ ଉପଲବ୍ଧ କରାଇବେ ।

Get real time updates directly on you device, subscribe now.