fbpx

ଯୁବତୀ ଅଧରାତିରେ ୭୧ ବର୍ଷୀୟ ଡାକ୍ତରଙ୍କୁ କଲେ ନ୍ୟୁଡ୍ କଲ୍‌, ତା’ପରେ ଘଟିଲା ଏପରି କିଛି

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସେକ୍ସଟର୍ସନ ଗ୍ୟାଙ୍ଗ ୭୧ ବର୍ଷୀୟ ଜଣେ ଡାକ୍ତରଙ୍କୁ ନିଜର ଶିକାର ବନାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି । ପୀଡିତଙ୍କ ଅଭିଯୋଗ ପରେ ପୋଲିସ ଏଫଆଇଆର୍ ରୁଜୁ କରି ଦୋଷୀଙ୍କୁ ଧରିବା ଲାଗି ବିଭିନ୍ନ ଟିମ୍ ଗଠନ କରିଛି ।

ପୋଲିସ କହିଛି, ପୂର୍ବ ଦିଲ୍ଲୀର ଖିଚଡିପୁର ଅଞ୍ଚଳରେ ଏକ ସେକ୍ସଟର୍ସନ ଗ୍ୟାଙ୍ଗର ସଦସ୍ୟ ଜଣେ ଆୟୁର୍ବେଦିକ ଡାକ୍ତରଙ୍କ ଅଶ୍ଲୀଳ ଭିଡିଓ ହାଟାଇବା ନାମରେ ୮ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଛନ୍ତି । ସାଇବର ଥାନାରେ ରୁଜୁ ମାମଲା ଅନୁଯାୟୀ , ୭୧ ବର୍ଷୀୟ ଡାକ୍ତର କହିଛନ୍ତି ଗତ ବର୍ଷ ୧୩ ଜୁଲାଇରେ ତାଙ୍କୁ ଏକ ଭିଡିଓ କଲ୍ ଆସିଥିଲା ଓ ସେ ଏହା ଆଟେଣ୍ଡ କରିଥିଲେ । କଲ୍ କରିଥିବା ବ୍ୟକ୍ତି ଜଣେ ମହିଳା ଥିଲେ । ସେ ବଡ ପାଟି କରି କହିଥିଲେ କି କାହାକୁ ଜରୁରୀ ମେଡିକାଲ ଚିକିତ୍ସାର ଆବଶ୍ୟକତା ରହିଛି । ଏହାପରେ କଲ୍ କଟିଯାଇଥିଲା । ମୋତେ ଲାଗିଥିଲା କୌଣସି ରୋଗୀଙ୍କ ଲାଗି ମୋର ଆବଶ୍ୟକତା ରହିଛି ।

ଏହାପରେ ବିଳମ୍ବିତ ରାତିରେ ପୁଣି ଏକ ଭିଡିଓ କଲ୍ ଆସିଥିଲା । କିନ୍ତୁ ସେ ଶୋଇଥିବାରୁ ଫୋନ୍ ଉଠାଇ ନ ଥିଲେ । ଏହାପରେ ୧୪ ତାରିଖରେ ପୁଣି ତାଙ୍କ ପାଖକୁ ଭିଡିଓ କଲ୍ ଆସିଥିଲା । ସେ ଯେମିତି ଫୋନ୍ ରିସିଭ୍ କରିଥିଲେ ସେ ଦେଖିବାକୁ ପାଇଥିଲେ ଜଣେ ମହିଳା ନିଜ ଦେହରୁ ପୋଷାକ କାଢୁଛି । ଏହାପରେ ସେ ତୁରନ୍ତ ଫୋନ୍ କାଟି ଦେଇଥିଲେ ଓ ସୁଇଚ ଅଫ୍ କରି ଦେଇଥିଲେ ।

୧୫ ଜୁଲାଇରେ ସେ ଯେତେବେଳେ ଫୋନ୍ ଖୋଲିଥିଲେ ସେତେବେଳେ ତାଙ୍କୁ ଭିନ୍ନ ଭିନ୍ନ ଲୋକଙ୍କ ଠାରୁ ଫୋନ୍ ଆସିଥିଲା । ସେମାନେ ନିଜକୁ ଦିଲ୍ଲୀ ପୋଲିସ କର୍ମୀ କହିବା ସହ କହିଥିଲେ କି ମୋର ଅଶ୍ଳୀଳ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାର କିଛି ସମୟ ପରେ ସେହି ଭିଡିକୁ ନେଇ ତାଙ୍କୁ ଅଲଗା ଅଲଗା ନମ୍ବରରୁ ଧମକଭରା କଲ୍ ଆସିଥିଲା । ସେମାନେ ମୁମ୍ବାଇରେ ଅଭିଯୁକ୍ତକୁ ଗିରଫ କରିବା, ଯାତ୍ରା ଖର୍ଚ୍ଚ, କୋର୍ଟ ଖର୍ଚ୍ଚ ବାବଦରେ ପଇସା ଆଦାୟ କରିଥିଲେ । ଏ ପର୍ଯ୍ୟନ୍ତ ଅଭିଯୁକ୍ତମାନେ ତାଙ୍କ ଠାରୁ ୮.୫୯ ଲକ୍ଷ ଟଙ୍କା ନେଇସାରିଲେଣି ।

Get real time updates directly on you device, subscribe now.