fbpx

“ମୁଁ ଆପଣଙ୍କୁ ବିନମ୍ର ନିବେଦନ କରୁଛି ,ଭୁବନେଶ୍ୱରକୁ ଆପଣଙ୍କ ଝିଅକୁ ପଢିବାକୁ ପଠାନ୍ତୁ ନାହିଁ “

ଓଡ଼ିଶା ଭାସ୍କର: ‘ଭୁବନେଶ୍ୱରକୁ ଝିଅକୁ ପାଠ ପଢାଇବାକୁ ଛାଡ଼ନ୍ତୁ ନାହିଁ, ଏଠି ସେମାନଙ୍କର ଭବିଶ୍ୟତ ନାହିଁ’। ଭୂବନେଶ୍ୱର ଗୋଠପାଟଣା ଅଞ୍ଚଳରେ ଅର୍ଚ୍ଚନା ଦାସ ନାମକ ଜଣେ +୩ ବିଜ୍ଞାନର ଦ୍ୱିତୀୟ ବର୍ଷର ଛାତ୍ରୀ ଆତ୍ମହତ୍ୟା କରିବା ପରେ ଏପରି କିଛି କହିଛନ୍ତି ତାଙ୍କ ବାପା। ଅତି ସ୍ନେହରେ ବଢାଇଥିବା ଝିଅର ମୃତ ଶରୀର ଦେଖି ନିଜର କୋହକୁ ସମ୍ଭାଳି ପାରିନାହାନ୍ତି ଅର୍ଚ୍ଚନାଙ୍କ ବାପା। ଆଉ ଅନ୍ୟ ମାନଙ୍କ ବିନମ୍ର ଅନୁରୋଧ କରିଛନ୍ତି, ଝିଅକୁ ପାଠ ପଢିବା ପାଇଁ ଭୁବନେଶ୍ୱର ଛାଡ଼ନ୍ତୁ ନାହିଁ।

ଗତକାଲି ଅର୍ଚ୍ଚନାର ମୃତ୍ୟୁ ଖବର ପାଇଁ କେନ୍ଦୁଝରରୁ ଦୌଡ଼ି ଅସିଥିଲେ ପରିବାର ଲୋକେ । ଆଉ ଜିଅର ମୃତ ଶରୀର ଦେଖି ସମସ୍ତେ ଅବାକ ହୋଇଯାଇଥିଲେ। ଏହି ସମୟରେ ଅର୍ଚ୍ଚନାଙ୍କ ବାପା କହିଛନ୍ତି ଯେ, ଝିଅକୁ ତାର ମା ଆସି ପୁର୍ବ ଦିନ ଛାଡ଼ି ଦେଇଯାଇଥିଲେ। କାଲି ସେ ପରୀକ୍ଷା ଦେଇ ଅସି ଖାଇବା ପରେ ଏଭଳି ପଦକ୍ଷେପ ନେଇଥିବା ସେମାନେ ଜାଣିବାକୁ ପାଇଛନ୍ତି।

ଅର୍ଚ୍ଚନା ଜଣେ ମେଧାବୀ ଛାତ୍ରୀ ଥିଲେ। ଭଲ ମାର୍କ ରଖି ପାଠ ପଢୁଥିଲେ । ଆଶା ଥିଲା ଆମେରିକା ଯିବେ ଡାକ୍ତ ହେବେ। ଏଭଳି କଥା ସେ ତାଙ୍କ ବାପାଙ୍କୁ ବାରମ୍ବାର କହୁଥିଲେ। ହେଲେ ଝିଅ ଭୁବନେଶ୍ୱର ଆସି ଆଜି ଏପରି ପଦକ୍ଷେପ ନେବା ପରେ ବାପା ସମ୍ପୁର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି। ଆଉ ଅନ୍ୟ ମାନଙ୍କୁ ନିବେଦନ କରିଛନ୍ତି ଝିଅକୁ ପାଠ ପଢିବା ପାଇଁ ଭୁବନେଶ୍ୱରକୁ ଛାଡ଼ନ୍ତୁ ନାହିଁ।

Get real time updates directly on you device, subscribe now.