fbpx

ବୟଫ୍ରେଣ୍ଡଙ୍କ ଡେଡ୍ ବଡିରୁ ଶୁକ୍ରାଣୁ ନେଇ ଗର୍ଭବତୀ ହୋଇଗଲେ ପ୍ରେମିକା

ନୂଆଦିଲ୍ଲୀ: ବୟଫ୍ରେଣ୍ଡଙ୍କ ମୃତ ଶରୀରରୁ ଶୁକ୍ରାଣୁ ନେଇ ଗର୍ଭବତୀ ହୋଇଛନ୍ତି ଜଣେ ମହିଳା । ଏମିତି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆରେ । ଅଷ୍ଟ୍ରେଲିଆର ଶୀତକାଳୀନ ଅଲିମ୍ପିଆନ୍ ଆଲେକ୍ସ ପୁଲିନଙ୍କ ମୃତ ଶରୀରରୁ ଶୁକ୍ରାଣୁ ନେଇ ଗର୍ଭବତୀ ହୋଇଥିବା ପ୍ରକାଶ କରିଛନ୍ତି ପ୍ରେମିକା ଏଲିଡି ଭ୍ଲଗ୍ । ଶୀତକାଳୀନ ଅଲିମ୍ପିକ୍ସରେ ସ୍ନୋ ବୋର୍ଡ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବା ପୁଲିନ୍ ୮ ବର୍ଷ ପୂର୍ବରୁ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଏହି ଘଟଣାର ୮ ବର୍ଷ ପରେ ସେ ଗର୍ଭବତୀ ଥିବା ନେଇ ଏକ ଇନଷ୍ଟାଗ୍ରାମ୍ ପୋଷ୍ଟରେ ଶେୟାର କରିଛନ୍ତି ଏଲିଡି । ଆସନ୍ତା ଅକ୍ଟୋବରରେ ସେ ଶିଶୁଟିକୁ ଜନ୍ମ ଦେବାକୁ ଯାଉଥିବା ଏଲିଡି ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।

୮ ବର୍ଷ ପୂର୍ବେ ଏକ ସଡକ ଦୁର୍ଘଟଣାରେ ପୁଲିନ୍ ପ୍ରାଣ ହରାଇଥିଲେ । କ୍ୱିନସଲାଣ୍ଡ ପ୍ରଶାସନର ନିୟମ ଅନୁଯାୟୀ ୩୬ ଘଣ୍ଟା ମଧ୍ୟରେ କୌଣସି ମୃତ ଶରୀରରୁ ଶୁକ୍ରାଣୁ କଢା ଯାଇପାରିବ । ଉକ୍ତ ପ୍ରକ୍ରିୟା ଜରିଆରେ ପୁଲିନଙ୍କ ଶରୀରୁ ଶୁକ୍ରାଣୁ କାଢିବା ସହିତ ଦୀର୍ଘ ୮ ବର୍ଷ ଧରି ଏହାକୁ ଏକ ସ୍ପର୍ମ ବ୍ୟାଙ୍କରେ ସୁରକ୍ଷିତ ରଖିଥିଲେ । ପୁଲିନଙ୍କ ଶୁକ୍ରାଣୁରୁ ଗର୍ଭବତୀ ହେବା ତାଙ୍କ ପାଇଁ ଭାବବିହ୍ୱଳ ମୂହୂର୍ତ୍ତ ବୋଲି ଏଲିଡି ଲେଖିଛନ୍ତି ।

Get real time updates directly on you device, subscribe now.