fbpx

(Video) ବ୍ରେକଅପ୍ କରିବାକୁ ଚାହୁଁଥିଲା ପ୍ରେମିକା: ଏଥିରେ ରାଜି ନହେବାରୁ ପ୍ରେମିକକୁ ପିଆଇଦେଲା ବିଷ

ଥିରୁଅନନ୍ତପୁରମ : କେରଳରେ ୨୩ ବର୍ଷୀୟ ରେଡିୟଲୋଜି ଛାତ୍ରଙ୍କ ମୃତ୍ୟୁ ମାମଲାରେ ଥିରୁଅନନ୍ତପୁରମ ପୋଲିସ ଆଶ୍ଚର୍ଯ୍ୟକର ଖୁଲାସା କରିଛି । ପୋଲିସ କହିଛି ଯେ, ରୋଶନ ରାଜଙ୍କ ହତ୍ୟ ତାଙ୍କ ପ୍ରେମିକା ଗରିସ୍ମା କରିଛି । ୧୪ ଅକ୍ଟୋବରରେ ଦେଖା କରିବା ଆଳରେ ସେ ରୋଶନକୁ ଘରକୁ ଡାକିଥିଲା ଓ ପରେ ଜୁସରେ କିଟାନାଶକ ମିଶାଇ ପିଆଇଥିଲା ।

ଏହା ପରେ ରୋଶନ ଘରକୁ ଯିବା ପରେ ତାଙ୍କୁ ସ୍ୱାସ୍ଥ୍ୟ ଅଚାନକ୍ ବିଗିଡ଼ିବାରେ ଲାଗିଥିଲା । ରୋଶନ ଗରିସ୍ମାଙ୍କ ଘରକୁ ଯାଇଥିବା ତାଙ୍କ ଭାଇଙ୍କୁ ଜଣାଥିଲା । ଏଥିପାଇଁ ସେ ଗରିସ୍ମାଙ୍କୁ ଫୋନ୍ କରିଥିଲେ ଓ କ’ଣ ଖାଇବାକୁ ଦେଇଥିଲ ବେଶଲି ପଚାରିଥିଲେ । କିନ୍ତୁ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଗରିସ୍ମା ମିଛ କହିଥିଲା ଓ ଘରେ କିଛି ଖାଇନଥିବା ଜଣାଇଥିଲା ।

ପରେ ପରିବାର ଲୋକ ବେହୋସ୍ ଅବସ୍ଥାରେ ରୋଶନକୁ ମେଡିକାଲ ନେଇଯାଇଥିଲେ । କିନ୍ତୁ ସେଠାରେ ୧୧ ଦିନ ପରେ ୨୫ ଅକ୍ଟୋବରରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମେଡିକାଲ ରିପୋର୍ଟ ଅନୁସାରେ, ବିଷ ପିଇବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା ଓ ଗରିସ୍ମାଙ୍କୁ ପଚରାଉଚରା କରିଥିଲା । କିନ୍ତୁ ଗରିସ୍ମାର ବୟାନକୁ ନେଇ ପୋଲିସର ସନ୍ଦେହ ସୃଷ୍ଟି ହୋଇଥିଲା । ପ୍ରଥମେ ସେ ପୋଲିସକୁ ଅଡୁଆ ସୂତାରେ ବୁଲାଉଥିଲା, କିନ୍ତୁ ୩୦ ଅକ୍ଟୋବର ଦିନ ସେ ନିଜର ଦୋଷକୁ ସ୍ୱୀକାର କରିଛି ।

ଗରିସ୍ମାର କହିବା ମୁତାବକ, ଗତ ୧ ବର୍ଷ ଧରି ସେମାନେ ରିଲେସନସିପରେ ଥିଲେ । କିନ୍ତୁ ଏହାରି ମଧ୍ୟରେ ଗରିସ୍ମାର ବିବାହ ଅନ୍ୟତ୍ୟ ସ୍ଥିର ହୋଇଗଲା । ଏହା ପରେ ବି ଦୁହିଁଙ୍କର ପ୍ରେମସମ୍ପର୍କ ଚାଲିଥିଲା । କିନ୍ତୁ ବିବାହ ତାରିଖ ପାଖେଇ ଆସିବାରୁ ଗରିସ୍ମା ପ୍ରେମ ସମ୍ପର୍କ ଭାଙ୍ଗିବାକୁ ଚାହୁଁଥିଲା । ଏହାକୁ ନେଇ ସେ ରୋଶନ ସହ କଥା ହୋଇଥିଲା, କିନ୍ତୁ ସେ ମାନି ନଥିଲେ । ରୋଶନଙ୍କୁ ଯେତେ ବୁଝାଇଲେ ବି ସେ ନିଜ ପ୍ରେମକୁ ଛାଡ଼ିବାକୁ ରାଜିନଥିଲେ ।

ଗରିସ୍ମାର କହିବା ମୁତାବକ, ‘ମୁଁ ରୋଶନର ପିଛା ଛାଡିବାକୁ ବାହାନା କରିଥିଲି । ମୋ ଜାତକରେ ଦୋଷ ଅଛି, ଯାହାକୁ ବାହାହେବି ତାର ମୃତ୍ୟୁ ହେବ ବୋଲି ଜ୍ୟୋତିଷ କହିଥିବା ମୁଁ କହିଥିଲି । ହେଲେ ବି ରୋଶନ ଏଥିରେ ରାଜି ହୋଇନଥିଲା । ଏହା ପରେ ମୁଁ ରୋଶନକୁ ରାସ୍ତାରୁ ହଟାଇବାକୁ ପ୍ଲାନ ତିଆରି କଲି । ଏଥିପାଇଁ ରୋଶନକୁ ଘରକୁ ଡାକି ଜୁସରେ କୀଟନାଶକ ମିଶାଇ ପିଆଇଦେଲି, ଯାହାଫଳରେ ତାର ମୃତ୍ୟୁ ହୋଇଗଲା ।’

ଏହି ମାମଲାରେ ଏଡିଜିପି ଅଜୀତ କୁମାର କହିଛନ୍ତି ଯେ, ‘ମେଡିକାଲରେ ରୋଶନଙ୍କ ବୟାନ ରେକର୍ଡ କରାଯାଇଥିଲା । ବୟାନରେ କାହା ଉପରେ ସନ୍ଦେହ ନଥିବା ସେଚ କହିଥିଲେ । ଏବେ ଗରିସ୍ମାଙ୍କୁ ଗିରଫ କରାଯାଇଛି । ଗିରଫ ପରେ ମାମଲାର ତଦନ୍ତ ଜାରି ରହିଛି ।’

Get real time updates directly on you device, subscribe now.