fbpx

(Video) ବାଜୁଛି ଡିଜେ: ହେଲେ ଡ୍ୟାନ୍ସ ନୁହେଁ ବରଂ ଗୀତର ତାଳେ ତାଳେ ଲଢ଼େଇ ଲାଗୁଛନ୍ତି ଯୁବତୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ୨ ଗୋଷ୍ଠୀର ଯୁବକମାନଙ୍କର ଗଣ୍ଡଗୋଳ ଭିଡିଓ ତ ଆପଣମାନେ ଦେଖିଥିବେ । କିନ୍ତୁ ଏବେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ ମୁଣ୍ଡରେ ହାତ ଦେବେ । ବିଚ୍ ରାସ୍ତାରେ କିଛି ଯୁବତୀ ପରସ୍ପର ସହ ଲଢ଼େଇ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି ଓ ପଛରେ ଡିଜେ ଗୀତ ବାଜୁଥିବା ମଧ୍ୟ ଶୁଣାଯାଉଛି । ଏହି ସମୟରେ ଯୁବତୀମାନେ ପରସ୍ପରର ଚୁଟି ଧରି ଭିଡ଼ାଭିଡ଼ି ହେଉଥିବା ଦେଖିବାକୁ ମିଳିଛି । ଝଗଡ଼ାକୁ ରୋକିବା ପାଇଁ କିଛି ଲୋକ ଆସିଥିଲେ, କିନ୍ତୁ ଯୁବତୀମାନେ ତାଙ୍କୁ ଅଣଦେଖା କରି ପରସ୍ପର ମଧ୍ୟରେ ପୁଣି ଲଢ଼େଇ ଲାଗିଥିଲେ ।

ଭିଡିଓ ଦେଖିବା ପରେ ସେମାନେ କାହିଁ ଝଗଡ଼ା ଲାଗିଛନ୍ତି ବୋଲି ଲୋକମାନଙ୍କୁ ମଧ୍ୟ କିଛି ବୁଝାପଡୁନି । ଅନ୍ୟପଟେ ଇଣ୍ଟରନେଟରେ ଏହି ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥରେ ଯୁବତୀମାନେ ଜୋରଦାର ଝଗଡ଼ା ଲାଗୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଛତିଶଗଡ଼ର ସୁରଜପୁର ଜିଲ୍ଲା ସ୍ଥିତ ବିଶ୍ରାମପୁର ଅଞ୍ଚଳର ବୋଲି କୁହାଯାଉଛି । ଯୁବତୀମାନଙ୍କର ଝଗଡ଼ା କେଉଁ କାରଣ ଯୋଗୁଁ ହୋଇଥିଲା, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ । ଅବଶ୍ୟ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ଯୁବତୀଙ୍କ ଝଗଡ଼ା ଶାନ୍ତ ପଡ଼ିଥିଲା ।

ଏହି ସମୟରେ କିଛି ସ୍ଥାନୀୟ ଲୋକଙ୍କ ଦ୍ୱାରା ଏକ ଭିଡିଓ ପ୍ରସ୍ତୁତ କରାଯାଇଥିଲା, ଯାହାକି ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରାଯାଇଥିଲା । କୁହାଯାଉଛି ଯେ ଜିଲ୍ଲାର ଯୁବତୀମାନଙ୍କ ମାରପିଟର ଏହା ହେଉଛି ପ୍ରଥମ ଭିଡିଓ, ଯାହାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଚାଲିଛି ।

Get real time updates directly on you device, subscribe now.