fbpx

ସର୍ଟସ୍ ପିନ୍ଧି ବୁଲିବାରୁ ମହିଳାଙ୍କୁ ଚପଲରେ ମାଡ଼, ମାମଲା ରୁଜୁ

ପୁଣେ: କିଛି ଲୋକ ସର୍ଟସ୍ ପିନ୍ଧିବା କାରଣରୁ ମହିଳାଙ୍କୁ ଚପଲରେ ମାଡ଼ ମାରିଛନ୍ତି । ଏହି ଭଳି ଏକ ଘଟଣା ମହାରାଷ୍ଟ୍ରର ପୁନେରୁ ସାମନାକୁ ଆସିଛି । ଏହି ମାମଲାରେ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ପୀଡ଼ିତା ମହିଳା ମାନେ ଏକ ପିଜିରେ ରହୁଥିବା ବେଳେ ସେମାନେ ଅଲଗା ଅଲଗା କମ୍ପାନୀରେ କାମ କରନ୍ତି । ଏହା ଭିତରେ ପିଜିର ମାଲିକାଣୀ ଅଭିଯୋଗ ଆଣିଥିଲେ ଯେ, କିଛି ଲୋକ ପିଜିରେ ରହୁଥିବା ଯୁବତୀଙ୍କ ସହିତ ମାରପିଟ୍ କରିଛନ୍ତି । ପୋଲିସ୍ ଏହି ମାମଲାର ଯାଞ୍ଚ କରି ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ପୀଡ଼ିତା ଯୁବତୀ ମାନେ କହିଛନ୍ତି ଯେ, ଲୋକମାନେ ପ୍ରତିଦିନ କୌଣସି ନା କୌଣସି କାରଣରୁ ସେମାନଙ୍କ ସହିତ ଝଗଡା କରିଥାନ୍ତି । ହେଲେ ଏଥର ପିଜିରେ ରହୁଥିବା ଯୁବତୀଙ୍କ ପୋଷାକକୁ ନେଇ ଝଗଡ଼ା କରିଥିଲେ । ଏହି କ୍ରମରେ ବୁଧବାର ଦିନ କିଛି ଲୋକ ସେମାନଙ୍କ ଘରକୁ ଆସିଥିଲେ । ସେଠାରେ ରହୁଥିବା ଯୁବତୀ ମାନେ ସର୍ଟସ୍ ପିନ୍ଧି ବୁଲୁଥିବା କଥାକୁ ନେଇ ଝଗଡ଼ା କରିବାକୁ ଲାଗିଲେ । କଥା ଏତେ ସଙ୍ଗୀନ ରୂପ ନେଇଥିଲା ଯେ, ଲୋକମାନେ ଚପଲରେ ମହିଳାଙ୍କୁ ମାଡ଼ ମାରିଥିଲେ ଏବଂ ଘର ଭାଙ୍ଗିବା ନେଇ ଧମକ ବି ଦେଇଥିଲେ ।

 

Get real time updates directly on you device, subscribe now.