ସ୍କୁଲରେ ଝିଅ ପିନ୍ଧିବେନି ପାରମ୍ପରିକ ଡ୍ରେସ: ଏହି ପୋଷାକ ଉପରେ ବ୍ୟାନ ଲଗାଇଲେ ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ସ୍କୁଲ କଲେଜ ଇତ୍ୟାଦିରେ ପିଲାମାନଙ୍କ ପୋଷାକକୁ ନେଇ ବେଶ୍ ଗୁରୁତ୍ୱ ଦିଆଯାଏ । ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କ ମନରେ ସମାନତା ଏବଂ ଏକତା ଭାବ ବୃଦ୍ଧି କରିବା ପାଇଁ ସେମାନଙ୍କୁ ସ୍ୱତନ୍ତ୍ର ୟୁନିଫର୍ମ ପିନ୍ଧିବାର ନିୟମ କରାଯାଇଛି । ଅନେକ ସ୍କୁଲରେ ପିଲାମାନଙ୍କୁ ପାରମ୍ପରିକ ଡ୍ରେସ ପିନ୍ଧିବା ପାଇଁ ଅନୁମତି ମିଳିଛି । କିନ୍ତୁ ବର୍ତ୍ତମାନ ଶିକ୍ଷାମନ୍ତ୍ରୀ ସ୍କୁଲରେ ଛାତ୍ରୀମାନଙ୍କ ପୋଷାକକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଝିଅମାନେ ସ୍କୁଲକୁ ପାରମ୍ପରିକ ପୋଷାକ ପିନ୍ଧି ଆସିପାରିବେ ନାହିଁ ବୋଲି ଘୋଷରା କରିଛନ୍ତି ଶିକ୍ଷାମନ୍ତ୍ରୀ ।

ସୂଚନା ଅନୁସାରେ, ଫ୍ରାନ୍ସର ସ୍କୁଲରେ ମୁସଲିମ ଛାତ୍ରୀମାନଙ୍କ ପାଇଁ ଏଭଳି ଏକ ନିୟମ ଆଣିଛନ୍ତି ଶିକ୍ଷାମନ୍ତ୍ରୀ ଗେବ୍ରିଏଲ ଅଟଳ । ଫ୍ରାନ୍ସର ସ୍କୁଲ ଗୁଡ଼ିକରେ ମୁସଲିମ ସମ୍ପ୍ରଦାୟର ପାରମ୍ପରିକ ପୋଷାକ ‘ଅବାୟା’ ବା ‘ହିଜାବ’ ଉପରେ ଶିକ୍ଷାମନ୍ତ୍ରୀ ବ୍ୟାନ ଲଗାଇବାକୁ ଯାଉଛନ୍ତି । ଶିକ୍ଷାକ୍ଷେତ୍ରରେ ଏହି ପୋଷାକ ଫ୍ରାନ୍ସର ଧର୍ମନିରପେକ୍ଷ ନିୟମକୁ ଉଲ୍ଲଙ୍ଘନ କରୁଥିବା କହି ହିଜାବ ଉପରେ ବ୍ୟାନ ଆଦେଶ ଜାରି କରିଛନ୍ତି । ସେ କହିଛନ୍ତି ଯେ, ଏଣିକି ସ୍କୁଲରେ ହିଜାବ ପିନ୍ଧିବା ସମ୍ଭବ ହେବ ନାହିଁ । ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ପୁଣି ଥରେ ସ୍କୁଲ ଖୋଲିବାକୁ ଯାଉଛି । ତେବେ ସ୍କୁଲ ଆସିବା ପୂର୍ବରୁ ଛାତ୍ରୀମାନଙ୍କୁ ଏହିସବୁ ନିୟମ ଉପରେ ସୂଚାଇ ଦିଆଯିବ । ତେବେ ସ୍କୁଲରେ ଏହିସବୁ ନିୟମ ମାନିବା ବାଧ୍ୟତାମୂଳକ ହେବ ।

ତେବେ ଦୀର୍ଘ ଦିନର ଆଲୋଚନା ପରେ ଏହି ପଦକ୍ଷେପ ନିଆଯାଇଛି । ଏହାପୂର୍ବରୁ ଫ୍ରାନ୍ସର ଇସଲାମିକ ହେଡସ୍କାର୍ଫ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା । ତେବେ ଦକ୍ଷିଣପନ୍ଥୀ ଲୋକ ଏହାକୁ ବ୍ୟାନ କରିବା ପାଇଁ ଦାବି କରୁଥିବା ବେଳେ ଏହାର ବିରୋଧରି ବାମପନ୍ଥ ଲୋକେ ଏହାକୁ ନାଗରିକ ସ୍ୱତନ୍ତ୍ରତାର କ୍ଷୁର୍ଣ୍ଣ ବୋଲି ଦର୍ଶାଇଥିଲା । ଏହାପରେ ସ୍କୁଲରେ ହିଜାବ ପିନ୍ଧିବା ନେଇ ଯୁକ୍ତିତର୍କ ଚାଲିଥିଲା ।