fbpx
BJD SKY
BJD SKY

National Sports Day: କ୍ରୀଡା ଆମ ସ୍ୱାସ୍ଥ୍ୟ ପାଇଁ କେତେ ପରିମାଣର ଲାଭଦାୟକ?

BJD

ଲୋକମାନଙ୍କୁ ଖେଳ ପ୍ରତି ଜାଗ୍ରତ କରିବା ପାଇଁ ପ୍ରତିବର୍ଷ ୨୯ ଅଗଷ୍ଟକୁ ‘ଜାତୀୟ କ୍ରୀଡା ଦିବସ’ ଭାବରେ ପାଳନ କରାଯାଉଛି । ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ୨୯ ଅଗଷ୍ଟ ୧୯୦୫ରେ ହୋଇଥିଲା । ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିବସକୁ ତାଙ୍କ ସ୍ମୃତିରେ ‘ଜାତୀୟ କ୍ରୀଡା ଦିବସ’ ଭାବେ ପାଳନ କରୁଛି ସାରା ଦେଶ । ତେବେ ଜାତୀୟ କ୍ରୀଡା ଦିବସରେ ଆମେ ଜାଣିବା ଖେଳ ଦ୍ୱାରା ଆମ ସ୍ୱାସ୍ଥ ଉପରେ ପଡୁଥିବା ଫାଇଦା ବିଷୟରେ ।

ଖେଳିବା ଦ୍ୱାରା ଆମ ଶରୀରରେ ବ୍ୟାୟାମ ହୋଇଥାଏ । ଯାହା ଦ୍ୱାରା ଆମ ଶରୀରରେ ଜମିଥିବା ଚର୍ବି କମ ହୋଇଥାଏ । ଖେଳ ଅନେକ ପ୍ରକାରର ଥାଏ । ତେବେ ବ୍ୟାଡମିଣ୍ଟନ ପରି ଖେଳ ଖେଳିବା ଦ୍ୱାରା ଆମର କାର୍ଡିଓ ବ୍ୟାୟାମ ହୋଇଥାଏ । ପ୍ରତିଦିନ ଅତିକମରେ ଏକ ଘଣ୍ଟା ଖେଳିବା ଦ୍ୱାରା ଆମ ଶରୀରରେ ଅନେକ କ୍ୟାଲୋରୀ ଶକ୍ତି ପାଇଥାଏ । ଯାହା ଦ୍ୱାରା ଆମ ଓଜନ ନିୟନ୍ତ୍ରଣରେ ରହିଥାଏ ।

ଖେଳିବା ଦ୍ୱାରା ଆମ ହୃଦ-ସ୍ପନ୍ଦନ ମଧ୍ୟ ଠିକ ରହିଥାଏ । ବ୍ୟାଡମିଣ୍ଟନ, ଟେନିସ, କ୍ରିକେଟ ପରି ବିଭିନ୍ନ ଖେଳରେ ଧମନିରେ ରକ୍ତ ସଂଞ୍ଚାଳନ ହୋଇଥାଏ । ପ୍ରତିଦିନ ଖେଳିବା ଦ୍ୱାରା ଆମ ମାଂସପେଶୀ ମଜଭୁତ ହୋଇଥାଏ ଏବଂ ଏହା ଦ୍ୱାରା ଆମ ଶରୀର ଖୁବ ସତେଜ ମଧ୍ୟ ରହିଥାଏ ।

ସେହିପରି ଖେଳିବା ଦ୍ୱାରା ଶରୀରର ପାଚନ ଶକ୍ତି ମଧ୍ୟ ବଢିଥାଏ । ଆପଣ ଅନେକ ରୋଗରୁ ନିଜକୁ ରକ୍ଷା ମଧ୍ୟ କରିପାରିବେ । ଖେଳିବା ଦ୍ୱାରା ଆପଣଙ୍କ ମେଟାବଲିଜିମ ଠିକରେ କାମ କରିଥାଏ । ଖେଳିବା ଦ୍ୱାରା ଆପଣଙ୍କ ଶରୀରରୁ ଝାଳ ବ।।ହରିତାଏ ଏବଂ ଏହାଦ୍ୱାରା ଶରୀରର ଟକସିନ ବାହାରକୁ ବାହାରି ଯାଇଥାଏ ।

ବିଭିନ୍ନ ଖେଳ ଖେଳିବା ଦ୍ୱାରା ଆପଣଙ୍କ ହାଡ ମଧ୍ୟ ମଜଭୁତ ହୋଇଥାଏ । ନିୟମିତ ଖେଳିବା ଫଳରେ ଆପଣଙ୍କ ହାଡ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଯଦି ଆପଣ କୌଣସି ଖେଳ ଖେଳୁଛନ୍ତି ତେବେ ଆପଣ ନିଜର ଡାଏଟ ପ୍ଲାନ ଉପରେ ଧ୍ୟାନ ଦେବା ନିାତି ଆବଶ୍ୟକ । ଆପଣ ପ୍ରୋଟିନର ମାତ୍ରା ଅଧିକ ଥିବା ଖାଦ୍ୟ ଖାଦ୍ୟ ଖାଇବା ଉଚିତ୍ ।

ଯଦି ଆପଣ କ୍ରୀଡାରେ ରୁଚି ରଖୁଛନ୍ତି ଏବଂ ପ୍ରତି ଦିନ କିଛି ଖେଳନ୍ତି ତେବେ ଆପଣଙ୍କ ଚିନ୍ତା ଦୂର ହୋଇ ପାରିବ । ଗେମ ଖେଳିବା ଦ୍ୱାରା ଆପଣ ଡିପ୍ରେସନ ପରି ଗମ୍ଭୀର ସମସ୍ୟାରୁ ମଧ୍ୟ ନିଜକୁ ଦୂରେଇ ରଖି ପାରିବେ ।

Get real time updates directly on you device, subscribe now.