fbpx
BSKY SKY
BSKY SKY

୧୫୦୦ ଦିଅନ୍ତୁ, ମିଳିବ ୩୧ ଲକ୍ଷ ଟଙ୍କା… ଫୋଷ୍ଟ ଅଫିସର ଏହି ଯୋଜନା କରିଦେବ ଲକ୍ଷପତି

BSKY

ନୂଆଦିଲ୍ଲୀ: ବର୍ତ୍ତମାନ ପୋଷ୍ଟ ଅଫିସ ସ୍କିମରେ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଥିରେ ବିନିଯୋଗ ହୋଇଥିବା ଅର୍ଥ ପ୍ରତି ବିପଦ କମ୍ ଥିବା ବେଳେ ଭଲ ରିଟର୍ଣ୍ଣ ମଧ୍ୟ ମିଳିଥାଏ । ପୋଷ୍ଟ ଅଫିସର ବିଭିନ୍ନ ସ୍କିମରେ ଅଳ୍ପ ପରିମାଣରେ ନିବେଶ କରି ମୋଟା ଅଙ୍କର ଟଙ୍କା ପାଇପାରିବେ ଗ୍ରାହକ । ଏହି ଯୋଜନାରେ ନିବେଶର ପରିମାଣ ଏତେ କମ୍ ଯେ ଗାଁରେ ରହୁଥିବା ଜଣେ କୃଷକ ମଧ୍ୟ ଏହାର ଫାଇଦା ଉଠାଇ ପାରିବେ । ତେବେ ଗାଁ ଗହଳିର ଲୋକଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟ ଆରମ୍ଭ କରିଥିବା ଇଣ୍ଡିଆ ପୋଷ୍ଟ ବର୍ତ୍ତମାନ ଗ୍ରାମୀଣ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ‘ଗ୍ରାମ ସୁରକ୍ଷା ଯୋଜନା’ ଆରମ୍ଭ କରିଛି ।

ଏହି ଯୋଜନା ଅଧୀନରେ ମାସକୁ ୧୫ ଶହ ଟଙ୍କା ଜମା କରୁଥିବା ନିବେଶକମାନଙ୍କୁ ବଡ଼ ଧରଣର ରିଟର୍ଣ୍ଣ ମିଳିଥାଏ । ଏହି ଯୋଜନାରେ ପ୍ରାୟ ୩୧ରୁ ୩୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଟର୍ଣ୍ଣ ପାଇପାରିବେ ଗ୍ରାହକ । ତେବେ ଏହି ‘ଗ୍ରାମ ସୁରକ୍ଷା ଯୋଜନା’ରେ ୧୯ବର୍ଷରୁ ୫୫ବର୍ଷ ବୟସ ବର୍ଗର ଯେ କୌଣସି ବ୍ୟକ୍ତି ସାମିଲ ହୋଇପାରିବେ । ଏହି ଯୋଜନାରେ ନିଶ୍ଚିତ ହୋଇଥିବା ସର୍ବନିମ୍ନ ରାଶି ୧୦ ହଜାର ହୋଇଥିବା ବେଳେ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ । ଏହି ଯୋଜନାରେ ପ୍ରିମିୟମ, ମାସିକ, ତ୍ରୈମାସିକ ଅର୍ଦ୍ଧବାର୍ଷିକ କିମ୍ବା ବାର୍ଷିକ ଆକାରରେ ରିଟର୍ଣ୍ଣ ପ୍ରଦାନ କରାଯାଇପାରିବ । ଏହି ଯୋଜନା ମାଧ୍ୟମରେ ଗ୍ରାହକମାନଙ୍କ ପାଇଁ ଋଣ ସୁବିଧା ମଧ୍ୟ ଉପଲବ୍ଧ ରହିଛି । କୌଣସି ଗ୍ରାହକ ଇଚ୍ଚା କଲେ ୩ ବର୍ଷ ପରେ ଏହି ପଲିସିକୁ ବନ୍ଦ କରିପାରିବେ ।

ଯଦି ଜଣେ ବ୍ୟକ୍ତି ୧୯ ବର୍ଷ ବୟସରେ ଏହି ଗ୍ରାମ୍ୟ ସୁରକ୍ଷା ପଲିସି ଆରମ୍ଭ କରନ୍ତ. ତେବେ ତାଙ୍କର ମୋଟ ବିନିଯୋଗ ୧୦ ଲକ୍ଷ ଟଙ୍କା ବୋଲି ଅନୁମାନ କରାଯାଏ । ସେହି ଅନୁଯାୟୀ ଯଦି ବ୍ୟକ୍ତି ୫୫ବର୍ଷ ପରିପକ୍ୱତା ପାଇଁ ଯୋଜନା ଗ୍ରହଣ କରନ୍ତି, ତେବେ ମାସିକ ପ୍ରିମିୟମ ୧.୫୧୫ ଟଙ୍କା ଜମା କରିବେ । ୫୮ ବର୍ଷ ପାଇଁ ୧,୪୬୩ ଟଙ୍କା ଏବଂ ୬୦ ବର୍ଷ ପାଇଁ ୧,୪୧୧ ଟଙ୍କା ଜମା କରିବାକୁ ପଡ଼ିବ । ତେବେ ଯୋଜନା ଅନୁସାରେ ୫୫ବର୍ଷରେ ପରିପକ୍ୱତା ବ୍ୟକ୍ତି ଜଣକ ୩୧ଲକ୍ଷ ୬୦ ହଜାର ଟଙ୍କା ରିଟର୍ଣ୍ଣ ପାଇଥିବା ବେଳେ ୫୮ବର୍ଷ ପଲିସି ପାଇଁ ୩୩ଲକ୍ଷ ୪୦ ହଜାର ଟଙ୍କା ପାଇଥାନ୍ତି । ସେହିଭଳି ୬୦ବର୍ଷରେ ଏହି ପରିମାଣ ୩୪ଲକ୍ଷ ୬୦ ହଜାର ଟଙ୍କାରେ ପହଞ୍ଚିପାରେ । ଏହି ସ୍କିମ ବିଷୟରେ ଅଧିକ କିଛି ଜାଣିବାକୁ ଚାହୁଁଥିଲେ ନିକଟସ୍ଥ ଡାକଘର ସହ ଯୋଗାଯୋଗ କରି ଟଙ୍କା ବିନିଯୋଗ କରିପାରିବେ ।

Get real time updates directly on you device, subscribe now.