fbpx

‘ରକ୍ତ ଦିଅ, ଟିକା ନିଅ’ ଅଭିଯାନ ଆରମ୍ଭ

କୋଲକାତା: କରୋନା ମହାମାରୀର ପ୍ରକୋପ ଆରମ୍ଭ ହେବା ଦିନଠୁ ସ୍ୱାସ୍ଥ୍ୟ କ୍ଷେତ୍ର ଦୁର୍ବଳ ହୋଇଯାଇଛି । ଟିକା, ଅକ୍ସିଜେନ୍ ଓ ମେଡିସିନ୍ ର ଅଭାବ ପୂର୍ବରୁ ଦେଖାଦେଇଥିବା ବେଳେ ଏବେ ବ୍ଲଡ୍ ର ଘୋର ଅଭାବ କାରଣରୁ ରକ୍ତ ନପାଇ ରୋଗୀ ପ୍ରାଣ ହରାଉଛନ୍ତି । ଏଭଳି ସ୍ଥିତିରେ ଗୋଟେ ପଟେ ବ୍ଳଡ୍ ବ୍ୟାଙ୍କରେ ବ୍ଲଡ୍ ନଥିବା ବେଳେ ଅନ୍ୟ ପଟେ ସ୍ଲଟ୍ ନଥିବାରୁ ଲୋକେ ଟିକା ନେଇପାରୁନାହାନ୍ତି । ଏହି ଦୁଇ ସମସ୍ୟକୁ ଆଖି ଆଗରେ ରଖି ପଶ୍ଚିମବଙ୍ଗରେ ଏକ ନୁତନ ଅଭିଯାନ ଆରମ୍ଭ ହୋଇଛି । ବିଭିନ୍ନ ହସ୍ପିଟାଲ ଏବଂ ବିଭିନ୍ନ ରକ୍ତାଦାନ ସଂସ୍ଥା ପକ୍ଷରୁ ଆରମ୍ଭ ହୋଇଥିବା ‘ବ୍ଲଡ୍ ଦିଅ ଓ ଟିକା ପାଇଁ ସ୍ଳଟ୍ ନିଅ’ ଅଭିଯାନ ଆରମ୍ଭ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଏଏମଆରଆଇ ହସ୍ପିଟାଲର ଗ୍ରୁପ ସିଇଓ ରୂପକ ବଋଆ କହିଛନ୍ତି ଯେ, ଲକଡାଉନ୍ ଏବଂ ମହାମାରୀ କାରଣରୁ ବିଭିନ୍ନ ରକ୍ତଦାନ କେନ୍ଦ୍ରମାନ ହୋଇପାରୁନି । ଯାହା ଫଳରେ ରକ୍ତ ଅଭାବ ସମସ୍ୟା ଦେଖାଦେଇଛି । ତେଣୁ ଏହି ଅଭିଯାନ ଆଧାରରେ ରକ୍ତଦାନ କରିଥିବା ବ୍ୟକ୍ତିଙ୍କୁ ତିନି ଦିନ ମଧ୍ୟରେ ଟିକା ନେବା ନେଇ ସ୍ଳଟ୍ ଦିଆଯିବ । ତେବେ ଟିକା ନେବା ଭିତରେ ତିନିଦିନ ଗ୍ୟାପ୍ ଏଥିପାଇଁ ରଖାଯାଇଛି ଯେ, ରକ୍ତଦାନ କରିବା ପରେ ଟିକା ନେଇପାରିବେ ନାହିଁ ।

Get real time updates directly on you device, subscribe now.