fbpx
BSKY SKY
BSKY SKY

‘ଟ୍ୱିଟରରେ ଏଡିଟ୍ ବଟନ୍ ଦିଅ, ଭୁଲ୍ ହେଲେ ଲୋକମାନେ ହସୁଛନ୍ତି’ : ଏଲୋନ୍ ମସ୍କଙ୍କୁ ନିବେଦନ କଲେ ଅମିତାଭ ବଚ୍ଚନ

BSKY

ନୁଆଦିଲ୍ଲୀ : ହିନ୍ଦୀ ସିନେମାର ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥାଆନ୍ତି । ପ୍ରତ୍ୟେକ ପ୍ରସଙ୍ଗକୁ ନେଇ ନିଜର ମତ ରଖନ୍ତି। ତାଙ୍କ ବ୍ଲଗ୍ କୁ ବହୁତ ଲୋକ ପଢନ୍ତି । କିନ୍ତୁ ବେଳେବେଳେ ତାଙ୍କ ପୋଷ୍ଟ କିଛିଟା ଭୁଲ ରହିଯାଏ, ଯାହା ପରେ ଲୋକମାନେ ତାଙ୍କୁ ଟ୍ରୋଲ କରିବା ସହ ପରିହାସ ମଧ୍ୟ କରନ୍ତି । ତେଣୁ ଏଥିରୁ ବର୍ତ୍ତିବା ପାଇଁ ତାଙ୍କ ମୁଣ୍ଡକୁ ଏକ ବୁଦ୍ଧି ଜୁଟିଛି । ସେ ଟ୍ୱିଟର ମାଲିକ ଏଲୋନ ମସ୍କଙ୍କୁ ଟ୍ୱିଟ କରି ଏଡିଟ୍ ବଟମ୍ ମାଗିଛନ୍ତି ।

ବିଗ୍ ବି ଲେଖିଛନ୍ତି- ହେ, ଟ୍ୱିଟର ମାଲିକ ଭାଇ, ଦୟାକରି ଏହି ଟ୍ୱିଟରରେ ଏକ ଏଡିଟ୍ ବଟନ୍ ରଖନ୍ତୁ ! ଯେତେବେଳେ ଭୁଲ୍ ହୁଏ, ଶୁଭେଚ୍ଛୁମାନେ ଆମକୁ କୁହନ୍ତି ସମଗ୍ର ଟ୍ୱିଟ୍ ଡିଲିଟ୍ କରିବାକୁ । ଭୁଲ୍ ଟ୍ୱିଟ୍ ସଂଶୋଧନ କରିବା ପରେ ଏହାକୁ ପୁନର୍ବାର ପୋଷ୍ଟ କରିବାକୁ ପଡେ । ଏହି ଲେଖା ସହ ଅମିତାଭ ହାତ ଯୋଡା ଥିବା ଏକ ଚିତ୍ର ପୋଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ଏଲୋନ୍ ମସ୍କ ଏକ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ଯଦି ଆପଣ ମଧ୍ୟ ଜଣେ ଟ୍ୱିଟର ବ୍ୟବହାରକାରୀ, ତେବେ ବ୍ଲୁ ଠିକ୍ ପାଇଁ ଆପଣଙ୍କୁ ଦେୟ ଦେବାକୁ ପଡିବ। ଯେଉଁମାନେ ଦେବେ ନାହିଁ ତାଙ୍କୁ ବ୍ଲୁ ଠିକ୍ ଦିଆଯିବ ନାହିଁ ।

Get real time updates directly on you device, subscribe now.