fbpx

ରକ୍ଷାମନ୍ତ୍ରୀ ହେଲେ କୋଭିଡ ଚିହ୍ନଟ, ଏହି କାର୍ଯ୍ୟକ୍ରମରେ ଦେଲେନି ଯୋଗ

ନୂଆଦିଲ୍ଲୀ: ରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ କରୋନା ସଂକ୍ରମିତ କଥା ସାମ୍ନାକୁ ଆସିଛି । ସେ ନୂଆଦିଲ୍ଲୀରେ ଆୟୋଜିତ ଇଣ୍ଡିଆନ ଏୟାର ଫୋର୍ସ କମାଣ୍ଡରର୍ସ କନଫରେନ୍ସରେ ୨୦ ଏପ୍ରିଲ ଅର୍ଥାତ ଆଜି ଯୋଗ ଦେଇଥାନ୍ତେ ହେଲେ ଏହି ସଂକ୍ରମିତ ପରୀକ୍ଷଣ ପରେ ସେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିନାହାନ୍ତି । ଏନେଇ ଅଫିସିୟାଲ ରିପୋର୍ଟରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ବର୍ତ୍ତମାନ ସାରା ଦେଶରେ କରୋନା ନିଜର କାୟା ବିସ୍ତାର କରିସାରିଛି । ଦିନକୁ ଦିନ ମାମଲା ବୃଦ୍ଧି ଘଟିବାରେ ଲାଗିଛି । ଏପରି ପରିସ୍ଥିତିରେ ରକ୍ଷା ମନ୍ତ୍ରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଆଜି ସେ ନୂଆଦିଲ୍ଲୀରେ ଆୟୋଜିତ ଇଣ୍ଡିଆନ ଏୟାର ଫୋର୍ସ କମାଣ୍ଡରର୍ସ କନଫରେନ୍ସରେ ଯୋଗ ଦେବା ପାଇଁ ବ୍ୟବସ୍ଥା ରହିଥିଲା । ହେଲେ ଏହି କାର୍ଯ୍ୟକ୍ରମକୁ ଯିବା ପୂର୍ବରୁ ତାଙ୍କୁ କୋଭିଡ ପରୀକ୍ଷଣ କରାଯାଇଥିଲା । ତେବେ ପରୀକ୍ଷଣରେ ପଜେଟିଭ ଚିହ୍ନଟ ହୋଇଥିବାରୁ ସେ କାର୍ଯ୍ୟକ୍ରର୍ମରେ ଯୋଗ ଦେଇ ପାରିନଥିଲେ ।

ରକ୍ଷା ମନ୍ତ୍ରୀଙ୍କ ଏପରି କୋଭିଡ ଚିହ୍ନଟ ପାଇଁ ତାଙ୍କୁ ଘରୋଇ କ୍ୱାରେନଟାଇନ ପାଇଁ ନିର୍ଦ୍ଦେଶ ହୋଇଛି । ଏହାପରେ ଡାକ୍ତର ଟିମ ତାଙ୍କୁ ଘରେ ରେଷ୍ଟ ନେବାକୁ ପରାମର୍ଶ ଦେଇଛନ୍ତି । ତେବେ ଆଜି ଭାରତରେ ନୂଆ ମାମଲା ୨୦ ପ୍ରତିଶତ ବଢିଯାଇଛି । ୨୪ ଘଣ୍ଟାରେ ୧୨ ହଜାର ପାଞ୍ଚ ଶହ ଏକାନବେ ହଜାର ମାମଲା ବୃଦ୍ଧି ପାଇଛି । ଏହାସହ ସକ୍ରିୟ ମାମଲା ୬୫ ହଜାର ପାର କରିସାରିଲାଣି ।

Get real time updates directly on you device, subscribe now.