fbpx

୭୭% ଭାରତୀୟ ମହିଳା ବିବାହ ପରେ ନିଜ ପାର୍ଟନରଙ୍କୁ ଦେଉଛନ୍ତି ଧୋକା: ଡେଟିଂ ଆପ୍ ସର୍ଭେରୁ ଖୁଲାସା

Advertisement

ଆମେମାନେ ପ୍ରାୟତଃ ସୋସିଆଲ ମିଡିଆ କିମ୍ବା ଖବରକାଗଜରେ ପରକୀୟା ପ୍ରୀତି ବିଷୟରେ ପଢ଼ିଥାଉ । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ହେବେ କି, ଭାରତରେ ପରକୀୟା ପ୍ର୍ରୀତି ବା ଅନୈତିକ ସମ୍ପର୍କ ମାମଲା ପ୍ରତିଦିନ ବଢ଼ିବାରେ ଲାଗିଛି । ଦୁନିଆ ଯେପରି ଡିଜିଟାଲ ହେବାରେ ଲାଗିଛି, ସେହିଭଳି ଏହିପରି ସମ୍ପର୍କ ଅଧିକରିୁ ଅଧିକ ବଢ଼ିବାରେ ଲାଗିଛି । ଯଦି ଆପଣ ଭାବୁଛନ୍ତି ଯେ ପରକୀୟା ପ୍ରୀତି ମାମଲା କେବଳ ଦିଲ୍ଲୀ-ମୁମ୍ବାଇ ପରି ବଡ ସହରରେ ଦେଖାଯାଏ, ତେବେ ଆପଣ ବୋଧହୁଏ ଭୁଲ୍ ଭାବୁଛନ୍ତି ।

ପରକୀୟା ପ୍ରୀତି ପାଇଁ ବ୍ୟବହୃତ ଡେଟିଂ ଆପ୍ ଗ୍ଲେଡେନର ବ୍ୟବହାର ଏବେ ଭାରତରେ ୨ ନିୟୁତରୁ ଅଧିକ ଲୋକ କରୁଛନ୍ତି । ଏହି ଆପ୍ କେବଳ ଦିଲ୍ଲୀ-ମୁମ୍ବାଇ ଭଳି ବଡ ସହରରେ ନୁହେଁ, ବରଂ ଜୟପୁର, ପାଟନା, ମେରଟ, ଭୋପାଳ, ଇନ୍ଦୋର, ଲଖନଉ, ନୋଏଡା, ଗୁଆହାଟି ଏବଂ ବିଶାଖାପାଟନମ୍ ଭଳି ଅନେକ ସହରରେ ମଧ୍ୟ ଲୋକମାନେ ବ୍ୟବହାର କରୁଛନ୍ତି । ଏହାକୁ କେବଳ ପୁରୁଷ ନୁହେଁ ଝିଅ ଏବଂ ମହିଳା ମଧ୍ୟ ବ୍ୟବହାର କରୁଛନ୍ତି ।

ଯଦି ମୋଟ ସଂଖ୍ୟାକୁ ଦେଖାଯାଏ, ତେବେ ବେଙ୍ଗାଲୁରୁ ହେଉଛି ଏକ ସହର ଯେଉଁଠାରେ ଅତିରିକ୍ତ ବୈବାହିକ ସମ୍ପର୍କ ମାମଲା ଅଧିକ ଦେଖାଯାଏ । ବେଙ୍ଗାଲୁରୁର ଉପଭୋକ୍ତାମାନେ ଦିନକୁ ୧.୫ ଘଣ୍ଟା ପାଇଁ ଗ୍ଲେଡେନ ବ୍ୟବହାର କରନ୍ତି । ସାଧାରଣତଃ ଏହି ଆପ୍ ମଧ୍ୟାହ୍ନ ଭୋଜନ ସମୟରେ କିମ୍ବା ରାତି ୧୦:୦୦ ପରେ ଅଧିକ ବ୍ୟବହୃତ ହୁଏ । ସର୍ବେକ୍ଷଣ ଅନୁଯାୟୀ, ଏଠାରେ ପୁରୁଷମାନେ ୨୪ ରୁ ୩୦ ବର୍ଷର ମହିଳାମାନଙ୍କୁ ଖୋଜୁଥିବାବେଳେ ମହିଳାମାନେ ୩୦ ରୁ ୪୦ ବର୍ଷର ପୁରୁଷମାନଙ୍କୁ ଖୋଜନ୍ତି । ଯେତେବେଳେ ରିଲେସନସିପ୍ ସହ ଜଡ଼ିତ ତଥ୍ୟ ସଂଗ୍ରହ କରିବା ପାଇଁ ୱେବସାଇଟ୍ ମହିଳାମାନଙ୍କୁ ପଚାରିଥିଲା ଯେ, ସେମାନେ ସମ୍ପର୍କ ନିଜ ସାଥୀଙ୍କୁ କେବେ ପ୍ରତାରଣା କରିଛନ୍ତି କି ? ୧୦ ଜଣ ମହିଳାଙ୍କ ମଧ୍ୟରୁ ୭ ଜଣ କହିଛନ୍ତି ଯେ ସେମାନେ ନିଜ ସାଥୀଙ୍କୁ ଧୋକା ଦେଇଛନ୍ତି ।

ଡେଟିଂ ଆପ୍ ଗ୍ଲେଡେନ୍ ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣରେ କୁହାଯାଇଛି ଯେ, ୭୭% ମହିଳା ବିବାହ ପରେ ନିଜ ସ୍ୱାମୀଙ୍କୁ ପ୍ରତାରଣା କରିଛନ୍ତି ଏବଂ ଏହାର ମୁଖ୍ୟ କାରଣ ହେଉଛି ସେମାନଙ୍କ ଦାମ୍ପତ୍ୟ ଜୀବନରେ ଏକାପଣ । ସମ୍ପର୍କ ବିଷୟରେ ଜଣେ ବିଶେଷଜ୍ଞ କହିଛନ୍ତି ଯେ, ମହିଳାମାନେ ବିବାହ ପରେ ସମ୍ପର୍କରେ ଭାବପ୍ରବଣତା ଚାହୁଁଛନ୍ତି, ଯାହା ସେମାନେ ପାଉନାହାଁନ୍ତି । ଅନ୍ୟ ପଟେ ଯଦି ଆମେ ପୁରୁଷମାନଙ୍କ ବିଷୟରେ କହୁ, ସେମାନେ ଶାରୀରିକ ଅନ୍ତରଙ୍ଗତାରେ ଭଲ ଅନୁଭବ କରନ୍ତି । ଅଧିକ ପରକୀୟା ପ୍ରୀତି ଦେଖାଯିବାର ଏହା ଏକ ବଡ଼ କାରଣ ।

Get real time updates directly on you device, subscribe now.