fbpx

ଓଡିଶାରେ ଟିକା ପାଇଁ ଗ୍ଲୋବାଲ ଟେଣ୍ଡର, କ୍ୟାବିନେଟର ନିଷ୍ପତ୍ତି

ଭୁବନେଶ୍ୱର,୧୦ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ରାଜ୍ୟରେ ଟିକା ସଂଗ୍ରହ ପାଇଁ ଗ୍ଲୋବାଲ ଟେଣ୍ଡର ଡକାଯିବ । ଗ୍ଲୋବାଲ ଟେଣ୍ଡର ଜାରି କରିବା ପାଇଁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ରାଜ୍ୟବାସୀଙ୍କୁ ଟିକା ସୁବିଧାରେ ଉପଲବ୍ଧ କରାଇବା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ।

ତେବେ ବିଭିନ୍ନ ଟିକା କମ୍ପାନୀରୁ ଟିକା ସଂଗ୍ରହ ପାଇଁ ଗ୍ଲୋବାଲ ଟେଣ୍ଡର ଡାକିବେ ରାଜ୍ୟ ସରକାର । ଏନେଇ ଏକ ବୈଷୟିକ କମିଟି ଗଠନ କରାଯିବ । ଏହା ସହ ଟିକା ଉପରୁ ସମସ୍ତ ଟିକସ ଉଠାଇବା ପାଇଁ କେନ୍ଦ୍ରକୁ ଦାବି କରିଛି ରାଜ୍ୟ ।

Get real time updates directly on you device, subscribe now.