fbpx

ଟିକା ପାଇଁ ଭୁବନେଶ୍ୱରରେ ଖୋଲିଲା ଆଉ ତିନିଟି ସେଣ୍ଟର୍

ଭୁବନେଶ୍ୱର, ୧୦/୫(ଓଡିଶା ଭାସ୍କର) : ରାଜଧାନୀ ଭୁବନେଶ୍ୱରରେ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଏବେ ବିଭିନ୍ନ ସ୍ଥାନକୁ ଟିକାକରଣ କେନ୍ଦ୍ରରେ ପରିଣତ କରାଯାଉଛି । ନିକଟରେ ଏସପ୍ଲାନେଡ୍ ମଲର ପାର୍କିଂ ଏରିୟାକୁ ଟିକାକରଣ ସେଣ୍ଟର୍ କରାଯାଇଥିଲା । ସେଠାରେ କେବଳ ୪୫ ବର୍ଷରୁ ଉଦ୍ଧ୍ୱର୍ ବର୍ଗର ଲୋକଙ୍କୁ ଟିକା ଦିଆଯିବ ବୋଲି ଘୋଷଣା ହୋଇଥିଲା । ତେବେ ଆଜି ଆଉ ତିନିଟି ସ୍ଥାନକୁ ଘୋଷଣା କରାଯାଇଛି । ତେବେ ୪୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଦିଆଯିବ ଦ୍ବିତୀୟ ଡୋଜ ଟିକା । ସେଗୁଡିକ ହେଲା ଉତ୍କଳ କନିକା ଗ୍ୟାଲେରିଆ , ସିମ୍ଫୋନି ମଲ୍ ଏବଂ କିଟ୍ ୟୁନିଭରସିଟି କ୍ରିକେଟ୍ ଷ୍ଟାଡିୟମ, ପଟିଆ । ଏହି ତିନୋଟି ସ୍ଥାନରେ ମେ’ ୧୧ରୁ ୧୫ ଯାଏଁ ଦିଆଯିବ ଟିକା ।

 

Get real time updates directly on you device, subscribe now.