fbpx

ସୁନ୍ଦର ତ୍ଵଚା ଓ କେଶ ପାଇଁ ଅଦାରେ ମିଶାଇ ଲଗାନ୍ତୁ ଏହି ଜିନିଷ

ତରୁଣୀମାନେ ନିଜର ତ୍ୱଚାକୁ ସୁନ୍ଦର କରିବାକୁ କେତେ କଣ ଉପାୟ ଅବଲମ୍ବନ କରିଥାନ୍ତି।ଏପରିକି ବଜାରରେ ମିଳୁଥିବା ଦାମୀ ଦାମୀ କ୍ରିମ ମଧ୍ୟ ଆଣି ଲାଗନ୍ତି। ଯାହା ଫଳରେ ପାର୍ଶ୍ୱ ପ୍ରତିକ୍ରିୟା ର ଭୟ ରହିଥାଏ। କିନ୍ତୁ ଘରୋଇ ଉପଚାର ମାଧ୍ୟମରେ ମଧ୍ୟ ଆମ ତ୍ୱଚାକୁ ଆମେ ସୁନ୍ଦର କରିପାରିବା।

ଅଦା ଏପରି ଏକ ସାମଗ୍ରୀ ଯାହା ଆମ ରୋଷେଇ ଘରେ ଅତିସହଜରେ ମିଳି ଯାଇଥାଏ।ଏଥିରେ ରହିଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ଖାଲି ରୋଗ ଦୂର କରିଥାଏ ତାହା ନୁହେଁ, ବରଂ ଚେହେରାର ସୌନ୍ଦର୍ଯ୍ୟ ମଧ୍ୟ ବଢ଼ାଇଥାଏ।  ତେବେ ଆସନ୍ତୁ ଜାଣିବା, କିପରି ଅଦାର ବ୍ୟବହାର କରିବା ଦ୍ୱାରା ତ୍ୱଚା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାକୁ ଆମେ ଦୂର କରିପାରିବା।

ଅଦାରେ ରହିଥିବା  ଆଣ୍ଟିଅକ୍ସିଡାଣ୍ଟ୍‌ସ୍‌   ଚର୍ମର ଢିଲାପଣ ଏବଂ କୁଞ୍ଚିତରେଖା କମ୍‌ କରିଥାଏ।

ଅଦା ରସକୁ ସପ୍ତାହକୁ ୨ଥର ମୁଣ୍ଡରେ ଲଗାନ୍ତୁ। ଦେଖିବେ, ଖୁବ କମ୍‌ ଦିନରେ ରୁପୀ ସମସ୍ୟା ଦୂର ହେବା ସହ କେଶ ଘନ ହେବ।

ଅଦା ଗୁଣ୍ଡ କରି ମହୁ ଏବଂ ଚନ୍ଦନ ଗୁଣ୍ଡ ସହ ମିଶାଇ ବ୍ୟବହାର କରନ୍ତୁ, ଦେଖିବେ ଆପଣଙ୍କ ତ୍ଵଚା ଉଜ୍ବଳ ଦେଖାଯିବ।

ଅଦାରେ ରହିଥିବା ପୋଷକ ତତ୍ତ୍ୱ ଦ୍ୱାରା ତ୍ୱଚାରେ ଚମକ ଆସିଥାଏ। ଏଥିପାଇଁ ଅଦା ରସ ସହ ଲେମ୍ବୁକୁ ମିଶାଇ ଏକ ପେଷ୍ଟ ବନାଇ ବ୍ୟବହାର କଲେ କିଛି ଦିନ ମଧ୍ୟରେ ଚେହେରା ସତେଜ ଓ ସୁନ୍ଦର ଦିଶିବ।

 ପ୍ରତିଦିନ ଅଦା ଖାଇବା ଦ୍ୱାରା ଶରୀରରେ ଥିବା ବିଭିନ୍ନ ଦାଗ, ଚିହ୍ନ ଓ କଳାଦାଗ ଦୂର ହୋଇଥାଏ।

ଅଦା ରସରେ ଗୋଲାପ ଜଳ ମିଶାଇ ଏହାକୁ ୨୦ ମିନିଟ ଯାଏ ଚେହେରାରେ ଲଗାଇ ରଖି ତାହାକୁ ଧୋଇ ଦିଅନ୍ତୁ। ଏପରି ନିୟମିତ କରନ୍ତୁ, ଦେଖିବେ ଚେହେରାର ପ୍ରାକୃତିକ ଚମକ ଆସିଯିବ।

 

Get real time updates directly on you device, subscribe now.