fbpx

ଅଗଷ୍ଟରେ ବନ୍ଦ ହୋଇଯିବ Gmail? ଜାଣନ୍ତୁ, କ’ଣ କହିଲା କମ୍ପାନୀ କତୃପକ୍ଷ

ନୂଆଦିଲ୍ଲୀ: ଚଳିତ ବର୍ଷ ଗୁଗଲର ଲୋକପ୍ରିୟ ଇମେଲ୍ ସେବା ଜିମେଲ୍ (Gmail) ବନ୍ଦ ହୋଇଯିବ। ଏନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଅନେକ ଚର୍ଚ୍ଚା ଲାଗି ରହିଛି। ତେବେ ଏହି ଚର୍ଚ୍ଚାକୁ ନେଇ ବର୍ତ୍ତମାନ କମ୍ପାନୀ କତୃପକ୍ଷ (ଗୁଗଲ୍) ସ୍ପଷ୍ଟୀକରଣ ରଖିଛି। କମ୍ପାନୀ ଏହି ସେବାକୁ ବନ୍ଦ କରୁ ନାହିଁ ବୋଲି ଏକ୍ସ ପୋଷ୍ଟ ଯୋଗେ ସୂଚନା ଦେଇଛି ଗୁଗଲ୍।

ସୂଚନା ଥାଉକି, ନିକଟରେ ଗୁଗଲର Gmail ବ୍ୟବହାରକାରୀଙ୍କୁ ସମ୍ବୋଧିତ ହୋଇଥିବା ଏକ ଇମେଲର ଗୋଟିଏ ନିର୍ଦ୍ଦିଷ୍ଟ ସ୍କ୍ରିନସଟ୍ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ ହୋଇଥିଲା । ଏଥିରେ ଦର୍ଶାଯାଇଥିଲା ଯେ, ଗୁଗଲ କମ୍ପାନୀ ଚଳିତ ବର୍ଷ ଅଗଷ୍ଟ ୧ରେ Gmail ସେବାକୁ ବନ୍ଦ କରିବାକୁ ଯାଉଛି। ଅଗଷ୍ଟ ପରେ, Gmail ଆଉ “ଇମେଲ ସେଣ୍ଟ, ରିସିଭ୍ ଏବଂ ଷ୍ଟୋର୍ କରିବାରେ ସମର୍ଥନ ହେବ ନାହିଁ।” ତେବେ “ବର୍ଷ ବର୍ଷ ଧରି ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇବା ପରେ, Gmail ଯାତ୍ରା ଶେଷ ହେବାକୁ ଯାଉଛି। ଅଗଷ୍ଟ ୧, ୨୦୨୪ ସୁଦ୍ଧା, Gmail ଆନୁଷ୍ଠାନିକ ଭାବରେ ବନ୍ଦ ହୋଇଯିବ।” ତେବେ ଏଭଳି କିଛି ଲେଖା ଯାଇ ଏହି ପୋଷ୍ଟରେ ଉଲ୍ଲେଖ କରାଯାଇଥିଲା। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ଏବଂ ଉକ୍ତ ପୋଷ୍ଟ ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଘୁରି ବୁଲିଥିଲା। ବିଶେଷକରି ‘X’ ପ୍ଲାଟଫର୍ମ ଏବଂ ଟିକଟକରେଏହି ସ୍କ୍ରିନସଟ୍ ପ୍ରବଳ ମାତ୍ରାରେ ସେୟାର ହୋଇଥିଲା। ଏଥିରେ କ୍ରିଏଟର ଦାବି କରି କହିଥିଲେ ଯେ, ଗୁଗଲ ଏହାର AI ଇମେଜ ଉପକରଣ ଜିମିନି ଉପରେ ସମାଲୋଚନାର ସମ୍ମୁଖୀନ ହେବା ପରେ Gmail ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯାଇଛି।

କିନ୍ତୁ ସେପଟେ Gmail ବନ୍ଦ ହେବାକୁ ନେଇ ପ୍ରତିକ୍ରିୟା ରଖି ଏହି ଚର୍ଚ୍ଚାକୁ ଖଣ୍ଡନ କରିଛି କମ୍ପାନୀ କତୃପକ୍ଷ (ଗୁଗଲ୍)। ତେବେ ପ୍ଲାଟଫର୍ମ ଏହି ସେବା ବନ୍ଦ କରୁନାହିଁ। କେବଳ Gmailର HTML ଭର୍ସନକୁ ବନ୍ଦ କରାଯାଇଛି। ଏହା ଜାନୁଆରୀ ପହିଲାରୁ ବନ୍ଦ ହୋଇସାରିଛି। ହେଲେ Gmail ବନ୍ଦ ହେବାର ନାହିଁ ବୋଲି କମ୍ପାନୀ ସ୍ପଷ୍ଟ କରିଛି। ତେବେ Gmail ବନ୍ଦ ହେବା ଖବର ପ୍ରଚାର ହେବା ପରେ ଏହା ସମସ୍ତ Gmail ବ୍ୟବହାରକାରୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

Get real time updates directly on you device, subscribe now.