fbpx

Punjab National Bankରେ ମିଳିବ ବଡ଼ ନିଯୁକ୍ତି: ସ୍ପେଶାଲିଷ୍ଟ ଅଫିସର ପାଇଁ ଆଜି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ପଞ୍ଜାବ ନେସନାଲ ବ୍ୟାଙ୍କରେ ସ୍ପେଶାଲିଷ୍ଟ ଅଫିସର ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥିଙ୍କ ପାଇଁ ଏକ ବଡ଼ ସୂଚନା ଜାରି କରାଯାଇଛି । ପଞ୍ଜାବ ନେସନାଲ ବ୍ୟାଙ୍କ ତରଫରୁ ସ୍ପେ।।ଲିଷ୍ଟ ଅଫିସର ପଦବୀରେ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତାକାଲି(୨୮ ଫେବୃଆରୀ, ୨୦୨୪)ରେ ବନ୍ଦ କରି ଦିଆଯିବ । ତେଣୁ ଯେଉଁ ପ୍ରାର୍ଥି ଏହି ଭ୍ୟାକେନ୍ସି ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଯଥାଶୀଘ୍ର ଆବେଦନ କରି ନିଅନ୍ତୁ । ଏହାପରେ ଦ୍ୱିତୀୟ ଥର ସୁଯୋଗ ମିଳି ପାରି ନଥିଲା ।

ଆବେଦନ କରିବା ପାଇଁ ପ୍ରାର୍ଥିଙ୍କୁ ଅଫିସିଆଲ ୱେବସାଇଟ pnbindia.inକୁ ଯାଇ ଆବେଦନ କରିବାକୁ ପଡ଼ିବ । ଏହି ଭର୍ତ୍ତି ଅଭିଯାନ ମଧ୍ୟମରେ ମୋଟ ୧୦୨୫ ପଦବୀରେ ନିଯୁକ୍ତି ପ୍ରଦାନ କରାଯିବ । ପଞ୍ଜାବ ନେସନାଲ ବ୍ୟାଙ୍କ ସ୍ପେଶାଲିଷ୍ଟ ଅଫିସର ପଦବୀରେ ଭର୍ତ୍ତି ପାଇଁ ଅନଲାଇନ ପରୀକ୍ଷା ତାରିଖ ମଧ୍ୟ ଜାରି କରାଯାଇଛି । ଆସନ୍ତା ମାର୍ଚ୍ଚ/ଏପ୍ରିଲ ୨୦୨୪ ମସିହାରେ ପଞ୍ଜାବ ନେସନାଲ ବ୍ୟାଙ୍କର ସ୍ପେଶାଲିଷ୍ଟ ଅଫିସର ପଦବୀ ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇପାରେ ।

କିପରି କରିବେ ଆବେଦନ?

– ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥିଙ୍କୁ ପ୍ରଥମେ ଅଫିସିଆଲ ୱେବସାଇଟ pnbindia.in କୁ ଯାଆନ୍ତୁ ।

– ହୋମ୍ ପେଜରେ ଉପଲବ୍ଧ ରିକ୍ରୁଟମେଣ୍ଟ ସେକ୍ସନରେ କ୍ଲିକ କରନ୍ତୁ ।

– ଏଥିରେ ପ୍ରଦତ୍ତ ସ୍ପେଶାଲିଷ୍ଟ ଅଫିସର ପୋଷ୍ଟ ଲିଙ୍କରେ କ୍ଲିକ କରନ୍ତୁ ।

– ଏହାପରେ ସ୍କ୍ରିନରେ ଏକ ନୂଆ ଡ୍ରପ୍ ବକ୍ସ ଦେଖିବାକୁ ମିଳିବ, ଏଥିରେ ଅନଲାଇନ ଆବେଦନ ଲିଙ୍କରେ କ୍ଲିକ କରନ୍ତୁ

– ନିଜ ନାମ ପଞ୍ଜୀକରଣ କରନ୍ତୁ ଏବଂ ଆବେଦନ ପତ୍ର ପୂରଣ କରନ୍ତୁ

– ଆବେଦନ ଶୁଳ୍କ ପ୍ରଦାନ କରି ‘ସବମିଟ’ ଅପ୍ସନରେ କ୍ଲିକ କରନ୍ତୁ, ଆବଶ୍ୟକତା ପାଇଁ ଏହାର ଏକ ପ୍ରିଣ୍ଟ ରଖିପାରିବେ ।

Get real time updates directly on you device, subscribe now.