fbpx
BSKY
BJD SHG SKY
BJD MC SKY

ଲକ୍ଷ ଲକ୍ଷ ୟୁଜର୍ସଙ୍କୁ ଗୁଗଲ ଦେଲା ଝଟକା, ବନ୍ଦ କରିବାକୁ ଯାଉଛି GPay ପେମେଣ୍ଟ ଆପ୍‌

ନୂଆଦିଲ୍ଲୀ:ଗୁଗଲ ଏହାର ପେମେଣ୍ଟ ଆପ୍ GPay ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଗୁଗଲର ଏହି ପେମେଣ୍ଟ ଆପ୍ ୪ ଜୁନ୍ ୨୦୨୪କୁ ବନ୍ଦ ହୋଇଯିବ । ତେବେ ଗୁଗଲର ଏହି ପେମେଣ୍ଟ ଆପ୍ ବନ୍ଦ ହୋଇଯିବା ଦ୍ୱାରା ଲକ୍ଷ ଲକ୍ଷ ୟୁଜର୍ସ ସମସ୍ୟାରେ ପଡିଯାଇ ପାରନ୍ତି । ତେବେ ଗୁଗଲର ଏହି ନିଷ୍ପତ୍ତି ୨୦୨୨ରେ ଲଞ୍ଚ ହୋଇଥିବା ଗୁଗଲ ୱାଲେଟ୍ କାରଣରୁ ଆସିଛି । ବହୁ ଦେଶରେ ଗୁଗଲ ୱାଲେଟ୍ ସହିତ ଗୁଗଲ ପେ’ ବି କାମ କରୁଛି । ଗୁଗଲ ଏହାର ଷ୍ଟାଣ୍ଡଏଲୋନ୍ GPay ଆପ୍‌କୁ ବନ୍ଦ କରିବାକୁ ଘୋଷଣା କରିଛି ।

ତେବେ ଗୁଗଲ ଏହି ନିଷ୍ପତ୍ତି କେବଳ ଆମେରିକାର ୟୁଜର୍ସଙ୍କ ଲାଗି ନେଇଛି । ୪ ଜୁନ୍ ପରେ ଏହି ଆପ୍ କେବଳ ଭାରତ ଓ ସିଙ୍ଗାପୁରରେ କାମ କରିବ । ଅନ୍ୟଦେଶରେ –ର ଷ୍ଟାଣ୍ଡଏଲୋନ୍ ଆପ୍ ଉପଲବ୍ଧ ରହିବ ନାହିଁ । ଗୁଗଲ ଏହାର ବ୍ଲଗ ପୋଷ୍ଟରେ ଏ ବିଷୟରେ ସୂଚନା ଦେଇ କହିଛି GPay ଜରିଆରେ କରାଯାଉଥିବା (P2P) ପେମେଣ୍ଟ ଓ ଆକାଉଣ୍ଟ ମ୍ୟାନେଜମେଣ୍ଟକୁ ବନ୍ଦ କରିଦିଆଯିବ । ତେବେ ୟୁଜର୍ସ ସେମାନଙ୍କ GPay ବାଲାନ୍ସକୁ ନିଜ ଆକାଉଣ୍ଟରେ ୪ ଜୁନ୍ ୨୦୨୪ ପରେ ମଧ୍ୟ ଟ୍ରାନ୍ସଫର କରିପାରିବେ । ଏଥିପାଇଁ ୟୁଜର୍ସଙ୍କୁ ଗୁଗଲ ପେ’ ୱେବସାଇଟ୍‌ର ଉପଯୋଗ କରିବାକୁ ହେବ ।

ଏହାର ବ୍ଲଗରେ ଗୁଗଲ କହିଛି GPay କୁ ଗୁଗଲ ୱାଲେଟ ସହ ୧୮୦ ଦେଶରେ ରିପ୍ଲେସ୍ କରିଦିଆଯାଇଛି । ଗୁଗଲ ପେ’ ସର୍ଭିସକୁ ୟୁଜର ଗୁଗଲ ୱାଲେଟ ଆପ୍ ଜରିଆରେ ଉପଯୋଗ କରିପାରିବେ ।

Get real time updates directly on you device, subscribe now.