fbpx

କ’ଣ ସତରେ ଛେଳି କ୍ଷୀର ପିଇଲେ ସୁସ୍ଥ ହୋଇଯାଆନ୍ତି ଡେଙ୍ଗୁ ରୋଗୀ? ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ବର୍ଷା ଆସିବା ମାତ୍ରେ ପୁଣି ଥରେ ଡେଙ୍ଗୁର ବିପଦ ବଢିଯାଇଛି । ଏହି ରୋଗରେ ଅନେକ ଲୋକଙ୍କ ପ୍ରାଣ ହାନି ବି ଘଟିପାରେ । ଡେଙ୍ଗୁ ହେବାରେ ବହୁତ ଲୋକେ ଘରୋଇ ଉପାୟ ମଧ୍ୟ ଆପଣେଇ ଥାଆନ୍ତି । କୁହାଯାଉଛି ଯେ, ପ୍ଲେଟଲେଟ କାଉଣ୍ଟ କମିବାରେ ଛେଳି କ୍ଷୀର ଲାଭଦାୟକ ହୋଇଥାଏ । ଏହି କାରଣରୁ ଡେଙ୍ଗୁ ବଢିବା ମାତ୍ରେ ଛେଳି କ୍ଷୀର ମହଙ୍ଗା ହୋଇଯାଇଥାଏ ।

ଛେଳି କ୍ଷୀରରେ ଭିଟାମିନ-ବି୬, ବି୧୨, ସି ଏବଂ ଡି ଭରପୁର ମାତ୍ରାରେ ଥାଏ । ଏଥିରେ ଫୋଲେଟ ବାଇଣ୍ଡ କରୁଥିବା କମ୍ପୋନେଟ୍ସ ମଧ୍ୟ ଅଧିକ ହୋଇଥାଏ, ଯେଉଁଥିରେ ଫୋଲିକ ଏସିଡର ମାତ୍ରା ମଧ୍ୟ ବଢିଯାଇଥାଏ । ଛେଳି କ୍ଷୀରରେ ପ୍ରୋଟିନ ଜଟିଳ ହୋଇନଥାଏ, ଯେଉଁଥିରେ ତାକୁ ହଜମ କରିବା ଅଧିକ ସହଜ ହୋଇଥାଏ । ଏହି ସାହାଯ୍ୟରେ ବ୍ଲଡ କାଉଣ୍ଟ ମଧ୍ୟ ବଢିଯାଇଥାଏ ।

କିଛି ଏକ୍ସପର୍ଟସଙ୍କ କହିବାନୁଯାୟୀ, ଡେଙ୍ଗୁରେ ଛେଳି କ୍ଷୀର ଲାଭଦାୟକ ହୋଇଥାଏ । ହେଲେ ଡାକ୍ତରଙ୍କ କହିବାନୁଯାୟୀ, ଯଦି କୌଣସି ଦୈନନ୍ଦିନ ଛେଳି କ୍ଷୀର ପିଅନ୍ତି ତେବେ ସେ ଏହାକୁ ଜାରି ରଖିପାରିବ । ହେଲେ କେବଳ ଡେଙ୍ଗୁକୁ ଠିକ କରିବା ପାଇଁ ଛେଳି ଦୁଗ୍ଧ ପିଇବା ଆବଶ୍ୟକତା ନୁହେଁ । କାରଣ ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ ଯେ, ଡେଙ୍ଗୁରେ ଛେଳି କ୍ଷୀର ଲାଭଦାୟକ ବୋଲି ।

Get real time updates directly on you device, subscribe now.