fbpx

(Video) ପୂରଣ ହେଲା ଛେଳିର ପ୍ରତିଶୋଧ! ଛେଳିକୁ ମାରିଥିଲେ, ଏବେ ଛେଳି ଆଖି ନେଉଛି ପ୍ରତିଶୋଧ

ନୂଆଦିଲ୍ଲୀ: ଗୋଟିଏ ଛେଳିର ଆଖି ପାଇଁ ଚାଲିଯାଇଛି ଜଣେ ଯୁବକଙ୍କ ଜୀବନ । ଛତିଶଗଡ଼ର ସୁରଜପୁରରେ ଘଟିଛି ଏଭଳି ଏକ ଘଟଣା । । ମନସ୍କାମନା ପୂରଣ ହେବା ପରେ ତିନିଜଣ ଯୁବକ ସାଙ୍ଗରେ ଗୋଟିଏ ଛେଳି ନେଇ ବଳି ଦେଇଥିଲେ । ତେବେ ଛେଳି ମାଂସ ଖାଇବା ସମୟରେ ଜଣେ ଯୁବକଙ୍କର ତଣ୍ଟିରେ ଅଚାନକ ଛେଳିର ଆଖି ଅଟକି ଯାଇଥିଲା । ଫଳରେ ଘଟଣାସ୍ଥଳରେ ବାଗର ସିଂହ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା ।

କୁହାଯାଉଛି, ଛେଳିକୁ ବଳି ଦିଆଯିବା ପରେ ତା’ର ମାଂସକୁ ନେଇ ରୋଷେଇ କରିବା ପାଇଁ ପ୍ରସ୍ତୁତି ଚାଲିଥିଲା । ମାତ୍ର ଏହି ସମୟରେ ଅଚାନକ ବାଗର ଛେଳିର ଆଖିକୁ ନିଜ ପାଟିକୁ ନେଇ ଯାଇଥିଲେ ଓ ତାକୁ ଗିଳିବାକୁ ପ୍ରୟାସ କରିଥିଲେ । ମାତ୍ର ଦୁର୍ଭାଗ୍ୟବଶତଃ ଛେଳିର ଆଖିଟି ବାଗରଙ୍କ ତଣ୍ଟିରେ ଲାଖି ଯାଇଥିଲା । ବାଗର ଛେଳି ଆଖିକୁ ବାହାରକୁ କାଢ଼ିବା ପାଇଁ ବହୁତ ଚେଷ୍ଟା କରିଥିଲେ, ମାତ୍ର ସେଥିରେ ବିଫଳ ହୋଇଥିଲେ । ଫଳରେ ଘଟଣାସ୍ଥଳରେ ବାଗରଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା ।

ଏହାପରେ ୫୦ ବର୍ଷୀୟ ବାଗରଙ୍କୁ ସଙ୍ଗେସଙ୍ଗେ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ବଞ୍ଚାଇ ପାରିନଥିଲେ । ତେବେ କଞ୍ଚା ମାଂସ ନ ଖାଇବାକୁ ବାଗରଙ୍କୁ ତାଙ୍କର ବନ୍ଧୁମାନେ ମନା କରିଥିଲେ ହେଁ ସେ ମାନି ନଥିଲେ । ଫଳରେ ଛେଳିର ଆଖି ବାଗରଙ୍କ ତଣ୍ଟିରେ ଫଶି ରହିଥିଲା । ଏହାପରେ ତାଙ୍କୁ ପାଣି ପିଇବାକୁ ଦିଆଯାଇଥିଲେ ହେଁ ବାଗର ପାଣି ପିଇବାକୁ ମନା କରିଦେଇଥିଲେ । ଛତିଶଗଡ଼ର ବିଭିନ୍ନ ଜିଲ୍ଲାରେ ଲୋକମାନେ ଦାନବଙ୍କୁ ବହୁମାତ୍ରାରେ ପୂଜା କରିଥାନ୍ତି । ଦାନବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଲୋକମାନେ ଛେଳି ଓ କୁକୁଡ଼ା ବଳି ଦେଇଥାନ୍ତି ।

Get real time updates directly on you device, subscribe now.