ନୂଆଦିଲ୍ଲୀ: ଆଜିକାଲି ପାକିସ୍ତାନରେ ଗୋଟିଏ ଛେଳି ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଛେଳି ତିନି କ୍ୱିଣ୍ଟାଲରୁ ଅଧିକ ଅଟେ । କୌତୁହଳର ବିଷୟ, ପାକିସ୍ତାନରେ ଆୟୋଜିତ ଏକ ଓଜନିଆ ପ୍ରତିଯୋଗିତାରେ ଏହା ପ୍ରଥମ ଟାଇଟଲ୍ ଜିତିଛି । ଏହାର ମାଲିକଙ୍କୁ ବହୁ ପରିମାଣର ଅର୍ଥ ଦିଆଯାଇଛି ।
ରିପୋର୍ଟ ଅନୁଯାୟୀ, ଗତ ୨୩ ବର୍ଷ ଧରି ପାକିସ୍ତାନର ଫୌସଲାବାଦରେ ଏହି ଛେଳି ପ୍ରତିଯୋଗିତା ଆୟୋଜିତ ହେଉଛି । ପ୍ରତିବର୍ଷ ପରି, ଏହି ବର୍ଷ ମଧ୍ୟ ବହୁ ଓଜନ ବିଶିଷ୍ଟ ଏକ ଛେଳି ସେଠାରେ ପହଞ୍ଚିଥିଲା, କିନ୍ତୁ ଏଥର ଗୋଟିଏ ଛେଳି ସମସ୍ତ ରେକର୍ଡ ଭାଙ୍ଗି ଦେଇଥିଲା । ଏହି ଛେଳିର ନାଁ ହେଉଛି ଶେର୍ ଦିଲ୍ । ଏହାର ଓଜନ ୩୧୪ କିଲୋଗ୍ରାମ । ଏହାର ପିଠିରେ ଏକ ଧଳା ରଙ୍ଗର ଦାଗ ରହିଛି । ଯେଉଁ କାରଣରୁ ଏହା ଦେଖିବାକୁ ଖୁବ୍ ଆକର୍ଷଣୀୟ ।
ତେବେ ପ୍ରତିବର୍ଷ ହେଉଥିବା ଏହି ପ୍ରତିଯୋଗିତାରେ ଏହି ଛେଳିକୁ ତାର ମାଲିକ ନେଇ ଆସିଥିଲେ । ଆଉ ଭାଗ ନେବା ପରେ ଏହାକୁ ପ୍ରଥମ ସ୍ଥାନ ଗ୍ରହଣ କରିଥିଲା । ଏଣୁ ମାଲିକଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ମିଳିଥିବା ଜଣାପଡିଛି ।