fbpx
BSKY SKY
BSKY SKY

ମନ୍ଦିରରୁ ମା’ ତାରିଣୀଙ୍କ ପିତ୍ତଳ ପ୍ରତିମା ଲୁଟ୍

BSKY

ଜଳେଶ୍ୱର: ଭୋଗରାଇ କାନପୁର ଗାଁ ସ୍ଥିତ ତାରିଣୀ ମନ୍ଦିରରୁ ଚୋରୀ ହେବା ଘଟଣା ସାମ୍ନାକୁ ଆସିଛି । ବିଳମ୍ବିତ ରାତିରେ ମା’ ତାରୀଣୀଙ୍କ ପିତ୍ତଳ ନିର୍ମିତ ପ୍ରତିମାକୁ କିଛି ଦୁବୃର୍ତ୍ତ ନେଇଥିବା ଜଣା ପଡ଼ିଛି । ସେମାନେ ମନ୍ଦିର ଦାନ ବାକରୁ ଳକ୍ଷାଧିକ ଟଙ୍କା ସହ ଠାକୁରାଣୀଙ୍କ ସୁନା ଅଳଙ୍କାର ମଧ୍ୟ ଲୁଟି ନେଇଛନ୍ତି । ଏହି ଘଟଣାକୁ ନେଇ ଉକ୍ତ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ଗ୍ରାମବାସୀଙ୍କ ମନରେ ଆଘାତ ଦେଇଥିବାରୁ ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ତେବେ ଦିନକୁ ଦିନ ଚୋରୀ, ଲୁଟ୍‌ମାର, ଛିନତାଇ ଭଳି ଘଟଣା ସାଧାରଣ ଜନତାଙ୍କ ସହ ପୋଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।

Get real time updates directly on you device, subscribe now.